www.samajalive.in
Sunday, December 14, 2025
14.1 C
Bhubaneswar

କୋଭିଡ ବୁଷ୍ଟର ଡୋଜ୍‍ ପାଇଁ ଜନସେଚତନତା

ଆଠଗଡ଼: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୂଲ୍ୟରେ ୮ଟି ପଞ୍ଚାୟତର ୪୮ଖଣ୍ଡ ଗ୍ରାମରେ କୋଭିଡ ପ୍ରିକସନ ବା ଅତିରିକ୍ତ ବୁଷ୍ଟର ଡୋଜ୍‍ ଟୀକାକରଣ ପାଇଁ ବ୍ୟାପକ ଜନସଚେତନତା କରାଯାଇଛି। ଏହି ଜନସଚେତନତାର ଅନ୍ତିମ ପର୍ଯ୍ୟାୟରେ କଟକିଆ ସାହି ପଞ୍ଚାୟତର ବନ୍ଧହଟା ଅଙ୍ଗନବାଡି ପରିସରରେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା ସଭାରେ କୋଭିଡରୁ ସଂପୃର୍ଣ୍ଣ ସୁରକ୍ଷା ନିମନ୍ତେ କରୋନା ରୋଗୀଙ୍କ ସେବାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀ, ଆଗଧାଡିର କରୋନା ଯୋଦ୍ଧା ଏବଂ ବହୁବିଧ ରୋଗରେ ଆକ୍ରାନ୍ତ ୬୦ବର୍ଷରୁ ଉର୍ଦ୍ଧ ବ୍ୟକ୍ତି କୋଭିଡ ପ୍ରିକସନ ବା ବୁଷ୍ଟର ଡୋଜ ନେବା ଆବଶ୍ୟକ ବୋଲି କହିଥିଲେ।

ଏଥି ସହିତ କରୋନାରୁ ସଂପୂର୍ଣ୍ଣ ସୁରକ୍ଷା ନିମନ୍ତେ ୫ଟି ନିୟମ ଯଥା ସବୁବେଳେ ମାସ୍କ ପରିଧାନ କରନ୍ତୁ, ହାତକୁ ବାରମ୍ବାର ସାବୁନରେ ଭଲକରି ଧୋଇ ବିଶୋଧନ କରନ୍ତୁ ପରସ୍ପରଠାରୁ ୬ଫୁଟ ଦୂରତା ରଖିବା, ଲକ୍ଷଣ ଦେଖାଦେବା କ୍ଷଣି ଅନ୍ୟମାନଙ୍କ ଠାରୁ ଦୂରେଇ ରହିବା ଓ ତା ସହିତ କୋଭିଡ ପରୀକ୍ଷା କରାଇବାକୁ ମାନି ଚଳିବା ପାଇଁ ଶ୍ରୀ ଅସଲମ ବୁଝାଇଥିଲେ। ବିଶ୍ୱର ୧୨୬ଟି ଦେଶରେ ବୁଷ୍ଟର ଡୋଜ୍‍ ଟୀକା ଦିଆଯାଉଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହିତ ଓମିକ୍ରମ ଭାରିଆଣ୍ଟ ବିରୁଦ୍ଧରେ ଅସ୍ତ୍ର ଭାବେ କାମ କରିବ ବୋଲି ସେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ କଟକିଆସାହି ସରପଞ୍ଚ ନରେନ୍ଦ୍ର କୁମାର ସ୍ୱାଇଁଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ ପ୍ରଣିତା ବାରିକ, ଅମରେନ୍ଦ୍ର ପ୍ରଧାନ, ଅଙ୍ଗନବାଡି କର୍ମୀ ଲିପିକା ସାହୁ, ଆଶାକର୍ମୀ ହେମା ଶର୍ମା ଓ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିବା ସହିତ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories