ଗୋପାଳପୁର: ମହାମାରୀ କରୋନାର ସାମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମ୍ବୃତା କୁଲାଙ୍ଗେଙ୍କ ପକ୍ଷରୁ ଗତ ୧୩ ରୁ ୧୭ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ସମେତ ଅନ୍ୟାନ୍ୟ ବେଳାଭୂମିକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। ୧୩ ରୁ ୧୭ ତାରିଖ ମଧ୍ୟରେ ତେଲୁଗୁ ସମ୍ପ୍ରଦାୟର ପର୍ବ ଅର୍ଥାତ ମକର ସଂକ୍ରାନ୍ତି ପର୍ବ ରହିଥିବାରୁ ବେଳାଭୂମିରେ ପ୍ରବଳ ଭିଡ ଜମିବାର ଆଶଙ୍କା ରହିଥିଲା। ଭିଡ଼ ହେଲେ କୋଭିଡ ସଂକ୍ରମଣ ହେବା ଆଶଙ୍କା ରହିଥିବାରୁ ଏପରି କଟକଣା ଜାରି କରାଯାଇଥିଲା।
ଏହି କ୍ରମରେ ଆଜିଠାରୁ କଟକଣା ହଟି ଯାଇଥିବା ଯୋଗୁଁ ଅନେକ ପର୍ଯ୍ୟଟକ ପରିବାର ଓ ସାଙ୍ଗ ସାଥି ଙ୍କ ସହ ଗୋପାଳପୁର ବେଳାଭୂମି ପରିସରରେ ପହଞ୍ଚି ବୁଲାବୁଲି କରିବା ସହ ସମୁଦ୍ରରେ ସ୍ନାନ କରୁଥିବା ଦେଖିବାକୁ ମିଳିଥିଲା। ଏହା ସହ ବେଳାଭୂମିରେ ବ୍ୟବସାୟ କରୁଥିବା ବହୁ ଛୋଟ ଦୋକାନୀ ମଧ୍ୟ ବେଶ ଖୁସ ରହିବା ସହ ବେଶ ଦୁଇ ପଇସା ରୋଜଗାର କରି ପାରିଥିବା ମତପୋଷଣ କରିଛନ୍ତି।



