www.samajalive.in
Sunday, December 14, 2025
26.1 C
Bhubaneswar

ବୌଦ୍ଧ ଜିଲା ଘରୋଇ ବିଦ୍ୟାଳୟ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବୌଦ୍ଧ: ଉତ୍ତମ ମାନର ଶିକ୍ଷା ବ୍ୟବସ୍ଥାର ଏକମାତ୍ର ମାନଦଣ୍ଡ ଘରୋଇ ବିଦ୍ୟାଳୟ ହୋଇଥିବା ବେଳେ ବିଦ୍ୟାଳୟ ଗୁଡିକର ସହାୟତା ପାଇଁ ସରକାରୀ ସହାୟତା ପ୍ରଦାନ ଦାବିରେ ଆଜି ବୌଦ୍ଧଜିଲ୍ଲା ଘରୋଇ ବିଦ୍ୟାଳୟ ସଂଘ ପକ୍ଷରୁ ଜିଲା ଶିକ୍ଷାଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। କରୋନା ପ୍ରଭାବରେ ଜିଲାର ସମସ୍ତ ବିଦ୍ୟାଳୟ ଦୀର୍ଘ ୨୧ ମାସ ହେବ ଦୟନୀୟ ଅବସ୍ଥାରେ ଅଛି। ନିୟମିତ ଅନଲାଇନ ପାଠପଢ଼ା ହେବା ସତ୍ୱେ ବିଦ୍ୟାଲୟର ଅଭିଭାବକମାନେ ବିଦ୍ୟାଳୟ ଦେୟ ଠିକ ଭାବରେ ପୈଠ କରୁ ନାହାନ୍ତି। ବିନା ସରକାରୀ ସାହାର୍ଯ୍ୟରେ ଚାଲୁଥିବା ପ୍ରାୟ ସମସ୍ତ ଘରୋଇ ବିଦ୍ୟାଳୟ ଘରଭଡା, ବିଦ୍ୟୁତ ଦେୟ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦରମା ନିୟମିତ ଭାବରେ ଦେବା ପାଇଁ ଅସମର୍ଥ ହେଲେଣି।

ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯାଉ, ସରକାରୀ ନିୟମ ଅନୁଯାଇ, କେବଳ ଡ୍ରପ ଆଉଟ ପିଲାମାନେ ସରକାରୀ ବିଦ୍ୟାଳୟରେ ବିନା ଟିସିରେ, ବୟସ ପ୍ରମାଣପତ୍ର ଦେଖାଇ ନାମ ଲେଖାଇ ପାରିବେ। ମାତ୍ର ୨ ବର୍ଷ ମଧ୍ୟରେ ପ୍ରାୟ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବିନା ଟିସିରେ ସରକାରୀ ବିଦ୍ୟାଳୟରେ ନାମ ଲେଖାଉଛନ୍ତି। ସ୍ଥିତି ନ ସୁଧାରିବା ପର୍ଯ୍ୟନ୍ତ ସିଓଆର, ଏନଓସି ସମୟ ସୀମାକୁ ଆସନ୍ତା ୫ ବର୍ଷ ପାଇଁ ବଢ଼ାଇ ଦିଆଯାଉ। ଆରଟିଇ ଅନ୍ତର୍ଗତ ଅନ୍ତର୍ଗତ ୨୫ ପ୍ରତିଶତ ମାଗଣା ଶିକ୍ଷା ଅଧିକାଂଶ ବିଦ୍ୟାଳୟରେ ଦିଆଯାଉଥିଲେ ମଧ୍ୟ ହାତଗଣତି ୨,୩ଟି ଜିଲା ଶିକ୍ଷାଧିକ।।ରୀ ମାନଙ୍କ ତତ୍ପରତା ପାଇଁ ଏହା ଭରଣ ହେଉଛି ବୋଲି ଦାବି କରିଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories