www.samajalive.in
Monday, December 15, 2025
15.1 C
Bhubaneswar

ଚୋରି ମଟର ପମ୍ପ ଓ ଟିଭି ଜବତ, ଜଣେ ଗିରଫ

ରେଙ୍ଗାଲିକେମ୍ପ: ଅତାବିରା ଚୋରଙ୍କ ଗଡ ସାଜି ଦିନକୁ ଦିନ ଅପ୍ରୀତିକର ଘଟଣାମାନ ଘଟି ଚାଲିଥିବା ବେଳେ ପୋଲିସ ମଧ୍ୟ ସତର୍କ ହୋଇସାରିଛି। ପ୍ରତିଦିନ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରି ଚୋର ଡକାୟତମାନଙ୍କୁ ଧରିବାରେ ଲାଗିଛି। ଆଜି ପୁଣି ଏକ ଚୋରକୁ ଧରିବା ସହ ଚୋରି ଜିନିଷ ମଧ୍ୟ ପୋଲିସ ଜବତ କରିଛି। ପୋଲିସ ସୂତ୍ରରୁ ଜଣାପଡିଛି ଯେ ଗତ ବିଳମ୍ୱିତ ରାତ୍ରିରେ ଅତାବିରା ବ୍ଲକ ଭୋଇପୁରା ଗ୍ରାମର ୟେନେନା ସୁବାରାଓଙ୍କ ୧/୨ ଏଚପି ମଟର ପମ୍ପ ଓ ଗୋଟିଏ ଟିଭି ଚୋରି ହୋଇଥିବା ଅଭିଯୋଗ କରିଥିଲେ। ତେଣୁ ଅତାବିରା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନଙ୍କ ତତ୍ବାବଧାନରେ ଏହାର ତଦନ୍ତ ଆରମ୍ଭ କରାଯାଇଥିଲା।

ପୋଲିସ ଆଜି ଉକ୍ତ ଚୋରକୁ ଭୋଇପୁରା କେନାଲ ପାଖରେ ଧରି ତାକୁ ପଚରା ଉଚୁରା କରିବାରୁ ସେ ଏହି ଚୋରି ଜିନିଷ ଗ୍ରାମର ଏକ ପୁଆଲ ଗଦା ଭିତରେ ଲୁଚାଇଥିବା ପ୍ରକାଶ କରିଥିଲା। ଫଳରେ ପୋଲିସ ଉକ୍ତ ଚୋରି ଜିନିଷ ଜବତ କରିଥିଲା। ଏହି ଅଭିଯୁକ୍ତ ଜଣକ ଉକ୍ତ ଗ୍ରାମର ଆନନ୍ଦ ଭୁଏ (୨୦) ବୋଲି ଜଣାପଡିଛି। ଏହା ବିରୁଦ୍ଧରେ ପୋଲିସ ଏକ କେସ ରୁଜୁ କରି ତାକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏହି ତଦନ୍ତ ରେ ଏସ ଆଇ ଯାଦବ ବାଗ, ଏ ଏସ ଆଇ ମହେନ୍ଦ୍ର ତାଣ୍ଡି ଓ ଯୁଗଳ ତାଣ୍ଡି ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories