ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୧୧ନଂ ୱାର୍ଡ ଗୋପବନ୍ଧୁ ଖେଳ ପଡ଼ିଆରେ ଆମ୍ବିସନ୍ କ୍ଲବ ପକ୍ଷରୁ ଆୟୋଜିତ ଏକ ଦିବସୀୟ ଜିଲ୍ଲା ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ପୁରୀ, ଜୟପୁର, କଟକ, ଜଗତପୁର, ଗୋପାଳପୁର, ଢିଅସାହି, କେନ୍ଦ୍ରପଡ଼ା ଆମ୍ବିସନ୍ ଆଦି ବଛାବଛା ୮ଟି ଟିମ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିଲେ। ଜଗତପୁର ଓ ପୁରୀ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଜଗତପୁର ୨-୦ରେ ପୁରୀକୁ ହରାଇ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା।
ଟୁର୍ଣ୍ଣାମେଣ୍ଟରେ ସମାଜସେବୀ ସମ୍ବିତ ପ୍ରଶନ୍ନ ନାୟକ,ଶିକ୍ଷାବିତ୍ ଗଣେଷ ପ୍ରସାଦ ବେହେରା, ନଗର ବିଜେଡି ସଭାପତି ବିଷ୍ନୁ ଚରଣ ପରିଡ଼ା, ଯୁବ ସଂପାଦକ ଅର୍ଜୁନ ପଣ୍ଡା, ଜିଲା ସମ୍ପାଦକ ଶୁଭେନ୍ଦୁ ସାମଲ, ପୂର୍ବତନ କାଉନସିଲର ସୁବ୍ରତ ସାମଲ, ମନୋଜ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ରାଜ୍ୟସ୍ତରୀୟ ରେଫେରୀ ଗଗନ ଭଞ୍ଜ ଓ ଦିବ୍ୟ ରଞ୍ଜନ ମଲ୍ଲ ପ୍ରତିଯୋଗିତା ପରିଚାଳନା କରିଥିଲେ। ଏହି ଅବସରରେ ବହୁ ପ୍ରତିଷ୍ଠିତ କ୍ରୀଡ଼ାବିତ୍ ଓ କ୍ରୀଡ଼ା ଶିକ୍ଷକଙ୍କୁ ସମ୍ବଦ୍ଧିତ କରାଯାଇଥିଲା। କ୍ଲବ୍ ସଭାପତି ଅମିତ୍ କୁମାର ବେଉରା, ଆଶୀଷ କୁମାର ବରାଳ,ପ୍ରଦୀପ କୁମାର ଦାସ, ସୁରଜିତ୍ ପଟ୍ଟନାୟକ,ବିଶ୍ୱଜିତ୍ ଭଞ୍ଜ, ସୁରେଶ ନାୟକଙ୍କ ସମେତ କ୍ଲବ୍ର ସମସ୍ତ ସଦସ୍ୟ ଟୁର୍ଣ୍ଣମେଣ୍ଟ ପରିଚାଳନା କରିଥିଲେ।



