www.samajalive.in
Sunday, December 14, 2025
19.1 C
Bhubaneswar

ସରପଞ୍ଚ ପଦ ନିଲାମ ମାମଲା, ତଦନ୍ତ ପାଇଁ ପଞ୍ଚାୟତକୁ ଗଲେ ଅତିରିକ୍ତ ଜିଲାପାଳ

ବଲାଙ୍ଗିର: ଗତ ୧୫ ତାରିଖ(ରବିବାର ଦିନ) ବିଲେଇସର୍ଡା ଗାଁରେ ପଞ୍ଚାୟତ ନିର୍ବାଚନ ପାଇଁ ବୈଠକ ବସିଥିଲା। ଏହି ବୈଠକରେ ସରପଞ୍ଚ ପଦ ପାଇଁ ନିଲାମ ଡକା ଯାଇଥିଲା। ୭ଲକ୍ଷ ଟଙ୍କାରୁ ନିଲାମ ହିସାବ ଯାଇ ୪୪ଲକ୍ଷ ୧୦ ହଜାର ଟଙ୍କାରେ ଛିଣ୍ଡିଥିଲା। ଏହି ନିଲାମ ପ୍ରକ୍ରିୟାରେ ୪ଜଣ ଆଶାୟୀଙ୍କ ମଧ୍ୟରୁ ଗାଁର ସୁଶାନ୍ତ ଛତ୍ରିଆ ସରପଞ୍ଚ ପ୍ରାର୍ଥୀ ଭାବେ ଆଗରେ ରହିଥିଲେ। ଗଣମାଧ୍ୟମରେ ଏସଂପର୍କରେ ଖବର ପ୍ରକାଶ ପରେ ମଙ୍ଗଳବାର ବଲାଙ୍ଗିର ଅତିରିକ୍ତ ଜିଲାପାଳଙ୍କ ନେତୃତ୍ୱରେ ୩ ଜଣିଆ ପ୍ରତିନିଧି ଦଳ ବିଲେଇସର୍ଡା ପଞ୍ଚାୟତରେ ପହଞ୍ଚିଥିଲେ। ପଞ୍ଚାୟତରେ ସରପଞ୍ଚ ଆଶାୟୀଙ୍କ ସହ ମନ୍ଦିର କମିଟି, ଗାଁ ଲୋକ ତଥା ଅନ୍ୟ ଗାଁ ଲୋକଙ୍କୁ ପଚରା ଉଚୁରା ଚଳାଇଥିବା ଜଣାପଡ଼ିଛି।

ବିଲେଇସର୍ଡା, କଶ୍ରୁପାଲି ଓ ବନ୍ଧନାକଟା ଗାଁକୁ ନେଇ ବିଲେଇସର୍ଡା ପଞ୍ଚାୟତ। ଏହି ପଞ୍ଚାୟତରେ ସରପଞ୍ଚ ପଦ ଅଣସଂରକ୍ଷିତଙ୍କ ପାଇଁ ସଂରକ୍ଷିତ ରହିଛି। ତେବେ ଗାଁର ସମାଜସେବୀ ବିରେନ୍ଦ୍ର ପଣ୍ଡାଙ୍କ ଅଭିଯୋଗ ଅନୁସାରେ, ଗତ ୧୫ ତାରିଖରେ ଦିନ ୨ଟାରେ ଜଗନ୍ନାଥ ମନ୍ଦିର କମିଟିର ବୈଠକ ବସିଥିଲା। ଏହି ବୈଠକରେ ନିଦ୍ୱର୍ନ୍ଦ୍ୱରେ ସରପଞ୍ଚ ପ୍ରାର୍ଥୀ ଚୟନ କରାଯିବା ସହ ଆଶାୟୀ ସୁଶାନ୍ତ ଛତ୍ରିଆ ୪୪ ଲକ୍ଷ ୧୦ହଜାର ଟଙ୍କା ଟଙ୍କା ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୧୮ ତାରିଖ (ମଙ୍ଗଳବାର ଦିନ) ଏହି ଟଙ୍କା ଦେବା ପାଇଁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଶ୍ରୀ ପଣ୍ଡା। ଗଣମାଧ୍ୟମରେ ନିଲାମ ସଂପର୍କିତ ଖବର ପ୍ରସାର ହେବା ପରେ ଭୁଆଁ ବୁଲାଇବା ପାଇଁ ସେ(ଶ୍ରୀ ଛତ୍ରିଆ) ୪୪ ହଜାର ଟଙ୍କା କହୁଛନ୍ତି। ୪୪ହଜାର ଟଙ୍କା କାହିଁକି, ୪୪ ଟଙ୍କା ହେଲେ ବି ବେଆଇନ କହିଛନ୍ତି ଶ୍ରୀ ପଣ୍ଡା। ଜିଲା ପ୍ରଶାସନ ଓ ନିର୍ବାଚନ କମିଶନ ଏହି ପରମ୍ପରାକୁ ବନ୍ଦ କରନ୍ତୁ। ଏଭଳି ନିଲାମ ହେଲେ ସ୍ୱଚ୍ଛ ନିର୍ବାଚନ ହେଇପାରିବ ନାହିଁ। ବନ୍ଧନାକଟା ଓ କଶ୍ରୁପାଲି ଗାଁ ଲୋକଙ୍କ ମତ ବି ନିଆଯାଇ ନଥିଲା। ମନଇଚ୍ଛା ସରପଞ୍ଚ ପ୍ରାର୍ଥୀ ଚୟନ କରାଯିବା ଓ ଏହାର ସଠିକ୍‍ ତଦନ୍ତ କରିବାକୁ ଦାବି ରଖିଛନ୍ତି ଶ୍ରୀ ପଣ୍ଡା।

- Advertisement -

ଏଥିସହିତ ସେ କହିଛନ୍ତି ଯେ, ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ନିଲାମ ଡକାଯାଇଥିଲା। ୪ଲକ୍ଷ ଟଙ୍କାରେ ଗତ ଥର ସରପଞ୍ଚ ପଦ ନିଲାମ ହୋଇଥିଲା। ଆଶାୟୀ ହୃଷିକେଶ ବାଗ ନିରାଶ ହୋଇଥିଲେ। ଗଲା ୫ ବର୍ଷରେ ବିଲେଇସର୍ଡା ପଞ୍ଚାୟତରେ ଅନେକ କାମ କରା ନଯାଇ ଅର୍ଥ ହରିଲୁଟ୍‍ ହୋଇଥିବା ଶ୍ରୀ ପଣ୍ଡା ଅଭିଯୋଗ ଆଣିଛନ୍ତି।

‘ସରପଞ୍ଚ ପଦ ପାଇଁ ନିଲାମ’ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମଙ୍ଗଳବାର ବଲାଙ୍ଗିର ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର, ପୁଇଁନ୍ତଲା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ଯୁଧିଷ୍ଟିର ନାଏକ ଓ ପଞ୍ଚାୟତ ନିର୍ବାଚନ ଅଧିକାରୀ ବିଲେଇସର୍ଡା ପଞ୍ଚାୟତକୁ ଯାଇଥିଲେ। ସେମାନେ ପଞ୍ଚାୟତରେ ମନ୍ଦିର କମିଟି, ଗାଁ ଲୋକଙ୍କ ପ୍ରତିକ୍ରିୟା ନେଇଥିବା ଜଣାପଡ଼ିଛି। ଖବର ଲେଖା ହେବା ବେଳକୁ ତଦନ୍ତକାରୀ ଦଳ ବିଲେଇସର୍ଡା ପଞ୍ଚାୟତର କଶ୍ରୁପାଲି ଗାଁରେ ଯାଇ ପଚରା ଉଚୁରା କରିଥିଲେ। କଶ୍ରୁପାଲି ଗାଁ ଲୋକଙ୍କ କହିବା ଅନୁସାରେ, ସେମାନେ ଏଭଳି କୌଣସି ବୈଠକରେ ଯୋଗ ଦେଇ ନାହାନ୍ତି। ସରପଞ୍ଚ ପ୍ରାର୍ଥୀ କିଏ ହେବ ସେନେଇ କୌଣସି ନିଷ୍ପତ୍ତି ହୋଇ ନଥିବା କହିଛନ୍ତି। ତେବେ ସରପଞ୍ଚ ଆଶାୟୀ ପ୍ରାର୍ଥୀ ସୁଶାନ୍ତ କୁମାର ଛତ୍ରିଆ ତାଙ୍କ ମତ ତଦନ୍ତକାରୀ ଦଳ ସମ୍ମୁଖରେ ରଖିବା ସହ ଲିଖିତ ଭାବେ ଜଣାଇଛନ୍ତି। ଶ୍ରୀ ଛତ୍ରିଆ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି ଯେ, ୪୪ଲକ୍ଷ ୧୦ ହଜାର ଟଙ୍କା ନିଲାମ ଡାକିବା କଥା ଭୁଲ। ଗାଁ ମନ୍ଦିର କମିଟି ବୈଠକରେ ୪୪ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ସରପଞ୍ଚ ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ମନ୍ଦିର କମିଟିକୁ ଏହି ଟଙ୍କା ଦାନ ହିସାବରେ ଦିଆଯିବ କହିଛନ୍ତି ଶ୍ରୀ ଛତ୍ରିଆ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories