www.samajalive.in
Sunday, December 14, 2025
26.1 C
Bhubaneswar

ପଂଚୁଟିକ୍ରି ସମବାୟ ସମିତିରେ ମଣ୍ଡି ଖୋଲି ମିଲର ଫେରାର, ଧାରଣାରେ ଚାଷୀ

ଧାମରା: ବହୁ ଘାତ ପ୍ରତିଘାତ ମଧ୍ୟରେ ଚାଷୀ ନିଜର ଧାନ ଅମଳ କରି ସିଧାସଳଖ ସରକାର ଖୋଲିଥିବା ଧାନମଣ୍ଡିକୁ ଧାନ ଆଣିଥିବା ବେଳେ ଧାନ ନେବାକୁ ଅରାଜି ହୋଇଛି ମିଲର ଫଳରେ ଶହ ଶହ ବସ୍ତା ଧାନ କୁ ନେଇ ଚାଷୀ ଦିନ ରାତି ମଣ୍ଡିରେ ଧାରଣା ଦେଇଛନ୍ତି। ପ୍ରାପ୍ତ ଖବର ଅନୁଯାୟୀ ଧାମରା ନିକଟସ୍ଥ ପଂଚୁଟିକ୍ରି ଠାରେ ଥିବା ସମବାୟ ସମିତିରେ ଦେଖା ଦେଇଛି ଏପରି ଅବ୍ୟବସ୍ଥା। ଚଳିତ ମାସ ୧୦ ତାରିଖରେ ଏହି ସମିତିରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଥିଲା।ସରକାର ବିନା କଟିଂ ରେ ଧାନ ନେବ ବୋଲି ଘୋଷଣା କରିଥିବା ବେଳେ ଉପସ୍ଥିତ ଥିବା ସିମ୍ବଲ ରାଇସ ମିଲର ପ୍ରତିନିଧି ୧୦ପ୍ରତିଶତ କଟିଂ ନହେଲେ ଧାନ ନେବେ ନାହିଁ ବୋଲି କହିଥିଲେ। ଏହି କଥାକୁ ନେଇ ବହୁ ବାଦନୁବାଦ ପରେ ୭ପ୍ରତିଶତ କଟିଂରେ ଧାନ ନେବାକୁ ରାଜି ହୋଇଥିଲେ ମାତ୍ର ସେହିଦିନ ଗୋଟିଏ ଟ୍ରିପ ଧାନ ନେବା ପରେ ସଂପୃକ୍ତ ମିଲର ଆଉ ଧାନ ନେବାକୁ ଆସିଲେ ନାହିଁ।

ଦୀର୍ଘ ୮ଦିନ ହେବ ପଂଚୁଟିକ୍ରି ସମବାୟ ସମିତି ନିକଟସ୍ଥ ଗୋଦାମ ଠାରେ ଶହ ଶହ ଟନ ଧାନ ରଖି ଧାରଣାରେ ବସିଛନ୍ତି ଅଂଚଳର ଚାଷୀ। ଏହି ଖବର କିନ୍ତୁ ପ୍ରଶାସନ ପାଖରେ ନାହିଁ। ଦୀର୍ଘ ୮ଦିନ ହେବ ଚାଷୀ ମାନେ ନିଜ ଧାନକୁ ନେଇ ବସିଥିବା ବେଳେ ସଂପୃକ୍ତ ମିଲର ପୁନଶ୍ଚ ୧୫ପ୍ରତିଶତ କଟିଂ ନହେଲେ ଧାନ ନେବେ ନାହିଁ ବୋଲି କ୍ଷୋଭର ସହ କହୁଛନ୍ତି ପୂର୍ବତନ ସମିତିସଭ୍ୟ ସୁଧାଂଶୁ ଶେଖର ବାରିକ। ବର୍ତମାନ ପରିସ୍ଥିତିରେ ଚାଷୀ କରିବେ କଣ ଗୋଟିଏ ପକ୍ଷରେ ସମବାୟ ସମିତିର ରୂଣ ଅନ୍ୟ ପଟରେ ସାହୁକାରଙ୍କ ନାଲି ଆଖି। ଫଳରେ ଚାଷୀ ଆଖିରୁ ନିଦ ହଜିଯାଇଥିବା ବେଳେ ସମବାୟ ସମିତି କେବଳ ନାମକୁ ମାତ୍ର ଦଣ୍ଡାୟମାନ।ଏଥିପ୍ରତି ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବୀ ଜଣାଇଥିବା ବେଳେ ଏ ବାବଦରେ ଚାନ୍ଦବାଲି ବ୍ଲକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସେ ନୀରବଦ୍ରଷ୍ଟା। ଅନ୍ୟ ପକ୍ଷରେ ଭଦ୍ରକ ଜିଲ୍ଲାପାଳ ତୁରନ୍ତ ସଂପୃକ୍ତ ମିଲରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଅନ୍ୟ ମିଲର ଠିକ କରି ଏହି ମଣ୍ଡିରୁ ଧାନ ଉଠାଇବାକୁ ସମସ୍ତ ଚାଷୀକୂଳ ନିବେଦନ କରିଛନ୍ତି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories