www.samajalive.in
Sunday, December 7, 2025
26.1 C
Bhubaneswar

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳା

ପିପିଲି : ପିପିଲି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଓଡିଶା ଜିବିକା ମିଶନ ଶକ୍ତି (ଓଏଲ୍‍ଏମ୍‍) ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ କରି ମହିଳାମାନେ ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ରବିବାର ଦୀର୍ଘ ୫ଘଣ୍ଟାକାଳ ଧାରଣାରେ ବସିଥିଲେ। ପିପିଲି ପୁଲିସର ହସ୍ତକ୍ଷେପ ପରେ ସେମାନେ ଧାରଣାରୁ ଉଠିବା ପରେ ଫାଟକର ତାଲାକୁ ଖୋଲା ଯାଇଥିଲା।
ପ୍ରାପ୍ତ ସୂଚନା ଅନୁଯାଇ,ମଙ୍ଗଳପୁର ପଞ୍ଚାୟତରେ ଓଏଲ୍‍ଏମ୍‍ କମିଟି ଗଠନ ତଥା କର୍ମକର୍ତ୍ତା ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଗତ ୧୪ ତାରିଖ ଦିନ କେତେକ ମହିଳା ଗୋଷ୍ଠିର ସଦସ୍ୟାମାନେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ମଙ୍ଗଳପୁର ବଜାର ଠାରେ ଅବରୋଧ କରିଥିଲେ। ପିପିଲି ପୁଲିସ ସେଠାରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ତେବେ ଆଜି ଓଏଲ୍‍ଏମ୍‍ କାର୍ଯ୍ୟକାରୀ କମିଟିର ବୈଠକ ମଙ୍ଗଳପୁର ପଞ୍ଚାୟତ କାର୍ଯ୍ୟାଳୟରେ ୨ଟା ସମୟରେ କରାଯିବାର ଯୋଜନା ରହିଥିଲା। ଏହା ପୂର୍ବରୁ ମଧ୍ୟାହ୍ନ ଗୋଟାଏ ବେଳେ କେତେକ ଗୋଷ୍ଠିର ମହିଳାମାନେ ଉକ୍ତ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଦେବା ସହ ସେଠାରେ ଧାରଣାରେ ବସିଥିଲେ। ଓଏଲ୍‍ଏମ୍‍ କମିଟି ଚୟନରେ ଅନିୟମିତତା ହୋଇଥିବାର ସେମାନେ ଅଭିଯୋଗ କରିବା ସହ କମିଟି ପୁନଃଚୟନ କରିବାକୁ ଦାବି କରିଥିଲେ। ମହିଳାମାନଙ୍କ ଧାରଣା ଯୋଗୁଁ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରେ ଥିବା ଦୁଇ ଓଏଲ୍‍ଏମ୍‍ ଅଧିକାରିଣୀ (ସିନିୟର ସିଆର୍‍ପି) ଉଷାରାଣୀ ସାହୁ ଓ ସ୍ନେହଲତା ସ୍ୱାଇଁ ଦୀର୍ଘ ୫ଘଣ୍ଟା ପର୍ଯ୍ୟନ୍ତ ବାହାରକୁ ବାହାରି ପାରିନଥିଲେ। ଖବର ପାଇ ପିପିଲି ଥାନା ଏଏସ୍‍ଆଇ ବିନୟ କୁମାର ଦାସ, ରବି ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ସଂନ୍ଧ୍ୟା ୬ଟାରେ ଧାରଣାରୁ ଉଠିଥିଲେ। ପରେ ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ ଫାଟକର ତାଲାକୁ ଖୋଲା ଯାଇଥିଲା। ତେବେ ଓଏଲ୍‍ଏମ୍‍ କର୍ମକର୍ତ୍ତା ଚୟନରେ କୌଣସି ଅନିୟମିତତା ହୋଇନଥିବା ସଂପର୍କରେ ଓଏଲ୍‍ଏମ୍‍ ସିନିୟର ସିଆର୍‍ପି ଉଷାରାଣୀ ସାହୁ ପ୍ରକାଶ କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories