ଚତୁର୍ଥ ଥର ଲାଗି ବଢ଼ିଲା ମାରୁତି ସୁଜୁକି ଗାଡ଼ିର ମୂଲ୍ୟ

ଦେଶର ସର୍ବବୃହତ କାର୍‍ ନିର୍ମାତା ମାରୁତି ସୁଜୁକି କମ୍ପାନୀ ଚଳିତ ଆର୍ଥିକ ବର୍ଷରେ ଚତୁର୍ଥବାର ଲାଗି ଆଜି ଗାଡ଼ିଗୁଡ଼ିକର ମୂଲ୍ୟବୃଦ୍ଧି କରିଛି। ଏଥିପାଇଁ କମ୍ପାନୀ ଅଧିକ ଉତ୍ପାଦନ ଖର୍ଚ୍ଚକୁ କାରଣ ଦର୍ଶାଇଛି। ମାରୁତି କମ୍ପାନୀର ପ୍ରତ୍ୟେକ ମଡେଲର ମୂଲ୍ୟ ବର୍ତ୍ତମାନ ୧.୭% ବୃଦ୍ଧି ପାଇବ। ଦେଶରେ ବିକ୍ରି ହେଉଥିବା ପ୍ରତି ଦୁଇଟି କାର୍‍ ମଧ୍ୟରୁ ଗୋଟିଏ କାର୍‍ ମାରୁତି କମ୍ପାନୀର ରହିଛି ଓ ମାରୁତି କାର୍‍ଗୁଡ଼ିକ ଶସ୍ତାରେ ମିଳୁଥିବାରୁ ଏହା ପ୍ରତି ଚାହିଦା ଅଧିକ ରହିଛି। ଗତବର୍ଷ ସାମଗ୍ରୀଗୁଡ଼ିକର ବିଶେଷ କରି ଧାତବ ପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁଁ ଉତ୍ପାଦନକାରୀମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି ଓ ଏହାର ଫଳସ୍ୱରୂପ ସେମାନେ ଗାଡ଼ିଗୁଡ଼ିକର ଦାମ୍‍ ବୃଦ୍ଧି କରୁଛନ୍ତି।

kalyan agarbati

Comments are closed.