www.samajalive.in
Saturday, December 13, 2025
23.1 C
Bhubaneswar

ଗୋପାଳପୁର ଆଇନଜୀବୀ ସଙ୍ଘ ଗଠିତ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ତତଡାପଲ୍ଲୀ ଠାରେ ଶୁକ୍ରବାର ଦିନ ରାଜନେତା ତଥା ଆଇନଜୀବୀ ଅଜିତ ଦାସଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଲୟର ଫୋରମ ଅଫ ଗୋପାଳପୁର ନାମରେ ଏକ ସଂଘ ଗଠନ ନିମନ୍ତେ ନିଷ୍ପତ୍ତି ନିଆଯବା ସହ ସଂଘ ଗଠନ କରାଯାଇଥିଲା। ଏହି ସଂଘ ଓକିଲ ସମାଜର ସୁରକ୍ଷା, ଏକତା ଏବଂ ସମ୍ମନ୍ନୟ ରକ୍ଷା କରିବା ସହିତ ସମାଜର ସୁରକ୍ଷା ଶାନ୍ତି ପ୍ରତିଷ୍ଠା ସହ ଅଞ୍ଚଳବାସୀଙ୍କୁ ନିଶୁଳ୍କ ଆଇନ ସେବା ପ୍ରଦାନ କରିବା ନିମନ୍ତେ ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଥିଲା।

ଏହି ଅବସରରେ ସଂଘ ସଭାପତି ଭାବେ ଅଜିତ କୁମାର ଦାସ ଏବଂ ଉପଦେଷ୍ଟା ଭାବେ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଶତପଥୀଙ୍କୁ ମନୋନୀତ କରାଗଲା।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଧର୍ମେନ୍ଦ୍ର ରାଉଳ, ରଘୁନାଥ ହୋତା, ଜୀବନାନନ୍ଦ ପଟନାୟକ, ଯୋଗୀ ନାହାକ, ଏମ.ସନ୍ତୋଷ, ପ୍ରକାଶ ସେଠି, ମୃତ୍ୟୁଞ୍ଜୟ ମହାରଣା, ଶିବପ୍ରସାଦ ପାଢ଼ୀଙ୍କ ସହିତ ପ୍ରାୟ ୪୦ରୁ ଉର୍ଦ୍ଧ ଆଇନଜୀବୀ ଉପସ୍ଥିତ ରହିଥିଲେ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories