www.samajalive.in
Thursday, December 11, 2025
23.1 C
Bhubaneswar

କୋଭିଡ ଟୀକାକରଣ ପ୍ରକ୍ରିୟାକୁ ତ୍ବରାନ୍ବୀତ ପାଇଁ ପ୍ରଶାସନର ପଦକ୍ଷେପ, ବୌଦ୍ଧ ଜିଲାପାଳ ନେଲେ ବୁଷ୍ଟର ଡୋଜ

ବୌଦ୍ଧ : ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ କରୋନା ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଆଜି ସମ୍ମୁଖ ଯୋଦ୍ଧା ଭାବରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ବୁଷ୍ଟର ଡୋଜ ନେଇଛନ୍ତି। ବୌଦ୍ଧ ଜିଲାପାଳଙ୍କ ସହିତ ଅତରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ତହସିଲଦାର ଅବିନାଶ ପାଣ୍ଡିଆ, ସହକାରୀ ଜିଲାପାଳ ଅବନୀକାନ୍ତ ସାହୁଙ୍କ ସମେତ ୧୬୦ ଜଣ ଅଧିକାରୀ ଓ କର୍ମଚାରୀମାନ ବୁଷ୍ଟର ଡୋଜ ନେଇଥିଲେ। ଯେଉଁ କର୍ମଚାରୀ ଓ ଅଧିକାରୀ ବୁଷ୍ଟର ଡୋଜ ନେଇନାହାନ୍ତି ସେମାନଙ୍କୁ ମଧ୍ୟ ତୁରନ୍ତ ବୁଷ୍ଟର ଡୋଜ ଟିକା ପ୍ରଦାନ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପୁଣିଥରେ କୋଭିଡ କଟକଣାକୁ କଡାକଡି କରାଯାଇଛି।

ବୌଦ୍ଧ ଜିଲାରେ କୋଭିଡ ସଂକ୍ରମଣ ପୁଣିଥରେ ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଥିବାବେଳେ ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଇବାରେ ଲାଗିଛି। ଶୁକ୍ରବାର ଜିଲାରେ ସର୍ବାଧିକ ୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତୃତୀୟ ଲହରରେ ଏପର୍ଯ୍ୟନ୍ତ ଜିଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯୮ ରେ ପହଞ୍ଚିଛି।
ମକରସଂକ୍ରାନ୍ତି ଅବସରରେ ମନ୍ଦିର ଗୁଡିକରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ସମସ୍ତ ମନ୍ଦିରକୁ ସିଲ କରାଯାଇଥିଲା। ଭକ୍ତମାନଙ୍କୁ ମନ୍ଦିର ସମ୍ମୁଖରେ ଭିଡ ନଜମାଇବାକୁ ବାରମ୍ବାର ପୋଲିସ ପକ୍ଷରୁ ତାଗିଦ କରାଯାଇଥିଲା। ସେହିପରି ସାମାଜିକ ଦୂରତା ଓ ମାସ୍କ ବ୍ୟବହାର କରିବା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱାରୋପ କରାଯାଇଛି। ସତର୍କ ନରହିଲେ ଆଗକୁ ପରିସ୍ଥିତି ଖରାପ ହେବା ନେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ସତର୍କ କରାଇଦେଇଛନ୍ତି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories