www.samajalive.in
Sunday, December 14, 2025
19.1 C
Bhubaneswar

ଆଠଗଡରେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ

ଆଠଗଡ: ଆଠଗଡ ଅଞ୍ଚଳର ୪ଟି ଡାକ୍ତରଖାନାରେ ମୋଟ ୧୭୮ଜଣଙ୍କର ଆଣ୍ଟିଜେନ ପରୀକ୍ଷଣରୁ ୨୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେ ସବୁ ଡାକ୍ତରଖାନାରୁ ୧୭୮ଜଣଙ୍କର ସ୍ୱାବ୍‍ ନମୁନା ଆରଟିପିସିଆର ଏବଂ ଓମିକ୍ରନ ପରୀକ୍ଷା ପାଇଁ କଟକ ପଠାଯାଇଥିବା ଜଣାପଡିଛି। ଆଠଗଡ ଡାକ୍ତରଖାନାରେ ୪୧ଜଣଙ୍କ ମଧ୍ୟରୁ ୧୧ଜଣ ବ୍ରହ୍ମପୁର ସିଏଚସିରେ ୪୦ଜଣଙ୍କ ମଧ୍ୟରୁ ୬ଜଣ ଏବଂ ଖୁଣ୍ଟୁଣୀ ଡାକ୍ତରଖାନାରେ ୪୬ରୁ ୩ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ସଂକ୍ରମିତଙ୍କ ମଧ୍ୟରୁ ଆଠଗଡ ସହରର ବାଣୀକଣ୍ଠନଗର ଅଞ୍ଚଳର ଜଣେ ବାଳକ, ରାଜବାଟୀନଗର ଅଞ୍ଚଳର ୨ଜଣ, ଷ୍ଟାଡିୟମ ନଗରର ଜଣେ ଓ ଗାନ୍ଧୀମାର୍ଗ ଅଞ୍ଚଳର ଜଣଙ୍କୁ ମିଶାଇ ମୋଟ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ବ୍ଲକ ଅଞ୍ଚଳର ରାଧାଗୋବିନ୍ଦପୁରର ୩ଜଣ, କରକମଳର ଜଣେ, ଘଣ୍ଟିିଖାଲର ଆରତୀଷ୍ଟିଲରୁ ଜଣେ, ମାହାଳପଡାର ୨ଜଣ, ନାରଙ୍ଗବସ୍ତର ୨ଜଣ, କଖଡିର ଜଣେ, ଖୁଣ୍ଟୁଣୀର ୨ଜଣ ଓ ଅନନ୍ତପୁରର ୨ଜଣ ହୋଇଥିବାବେଳେ ପଡୋଶୀ ଢେଙ୍କାନାଳ ଜିଲ୍ଲା ମାଣିପୁର ଗ୍ରାମର ଜଣେ ଓ ଖୋର୍ଦ୍ଧା ଜିଲ୍ଲାର ଜଣେ ସଂକ୍ରମିତ ଏଠାରେ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତଙ୍କୁ ନିଜ ଘରେ ପୃଥକବାସରେ ୭ଦିନ ରହି ଚିକିତ୍ସିତ ହେବା ଲାଗି ଡାକ୍ତରଖାନା ପକ୍ଷରୁ ପରାମର୍ଶ ଦିଆଯାଇଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories