www.samajalive.in
Sunday, December 14, 2025
23.1 C
Bhubaneswar

ନିଆଁରେ ପୋଡିହୋଇ ମହିଳା ଗୁରୁତର

ଆଠଗଡ: ଆଠଗଡ ସୀମାବର୍ତ୍ତୀ ବାଙ୍କୀ ଥାନା ଅନ୍ତର୍ଗତ ନୂଆଓସ୍ତିଆ ଗ୍ରାମରେ ରୋଷେଇବେଳେ ଚୁଲି ନିଆଁ ଲୁଗାରେ ଲାଗି ପୋଡିଯିବାରୁ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜମାପଡିଛି। ନୂଆଓସ୍ତିଆର ସ୍ବର୍ଗତ କରୁଣାକର ଖଟୁଆଙ୍କ ପତ୍ନୀ ଡାଳିମ୍ବ ସାହୁ (୫୫) ଗ୍ରାମର ରଘୁନାଥ ମଠରେ ସନ୍ଧ୍ୟା ସମୟରେ ରୋଷେଇ କରୁଥିବାବେଳେ କୌଣସି କାରଣରୁ ତାଙ୍କ ପିନ୍ଧାଲୁଗାରେ ନିଆଁ ଲାଗି ଯାଇଥିଲା। ମଠରେ ଥିବା ସ୍ଥାନୀୟ ଲୋକ ସେ ପୋଡି ଯାଉଥିବାବେଳେ ତାଙ୍କୁ ଉଦ୍ଧାର କରି ଢେଙ୍କାନାଳ ସଦର ବ୍ଲକର ଶଙ୍କରପୁରଠାରେ ଥିବା ଏକ ଘରୋଇ ଚିକିତ୍ସାଳୟକୁ ନେଇ ଯାଇଥିଲେ। ତେବେ ଶରୀରର ୪୦ ପ୍ରତିଶତ ପୋଡି ସଂପୃକ୍ତ ମହିଳା ଗୁରୁତର ଥିବାରୁ ଘରୋଇ ଚିକିତ୍ସାଳୟ କର୍ତ୍ତୃପକ୍ଷ ତାଙ୍କୁ ଆଠଗଡ ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ତାଙ୍କୁ ରୋଗୀବୁହା ଯାନରେ ଆଠଗଡ ଡାକ୍ତରଖାନା ଆଣିବା ପରେ ତାଙ୍କର ଏଠାରେ ଚିକିତ୍ସା କରାଯାଉଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories