www.samajalive.in
Tuesday, December 9, 2025
26.1 C
Bhubaneswar

ଅଶ୍ୱଥ ଗଛକୁ ଜଗିଛି ପୁଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରାଣସୀରେ ପୁଲିସକୁ ଭିନ୍ନ ଧରଣର ଦାୟିତ୍ୱ ପ୍ରଦାନ କରାଯାଇଛି। ଦୁଇ ସପ୍ତାହରୁ ଊଦ୍ଧ୍ୱର୍ କାଳ ଧରି ବାରାଣସୀର ଏକ ଅଶ୍ୱଥ ଗଛକୁ ପୁଲିସକୁ ଜଗି ରହିବାର ଦାୟିତ୍ୱ ଦିଆଯାଇଛି। ଏପରିକି ଏହି ଅଶ୍ୱଥ ଗଛ ପାଶ୍ୱର୍ରେ ଏକ ସିସି ଟିଭି ମଧ୍ୟ ଲଗା ଯାଇଛି।
ଗଛକୁ ସୁରକ୍ଷା ଦେବା ପଛର କାରଣ ଏହିପରି –
ବାରାଣସୀର ଅର୍ଦାଲୀ ବଜାର ନିକଟ ଇମାମ ଚୌକଠାରେ ଏକ ପୁରୁଣା ଅଶ୍ୱଥ ଗଛ ଥିଲା। ତେବେ ଗଛଟି ଭାଙ୍ଗି ଯିବାରୁ ଉକ୍ତ ସ୍ଥାନରେ ଆଉ ଏକ ଅଶ୍ୱଥ ଗଛ ଲଗାଇବାକୁ ଅଞ୍ଚଳବାସୀ ଆଗ୍ରହ ପ୍ରକାଶ କରିଥିବାବେଳେ ଆଉ କେତେଜଣ ଏଭଳି ଗଛ ପାଖରେ ଥିବା ପଡ଼ିଆରେ ଲଗାଇବା ଉପରେ ଯୁକ୍ତି ବାଢିଥିଲେ। ଘଟଣା ଶେଷରେ କୋର୍ଟରେ ଯାଇ ପହଞ୍ଚି ଥିଲା। ପୂର୍ବ ସ୍ଥାନ ଅର୍ଥାତ୍‍ ଇମାମ୍‍ ଚୌକଠାରେ ହିଁ ନୂଆ ଗଛ ଲଗାଇବାକୁ କୋର୍ଟ ନିର୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ନୂଆ ଗଛ ଲାଗିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅସାମାଜିକ ବ୍ୟକ୍ତିମାନେ ସେହି ଗଛକୁ ଓପାଡ଼ି ଦେଇଥିଲେ। ଏଭଳି ଘଟଣା ଦୁଇ ତିନି ଥର ଘଟିବା ପରେ ସ୍ଥାନୀୟ ଲୋକେ କୋର୍ଟରେ ଗଛର ସୁରକ୍ଷା ପାଇଁ ଗୁହାରୀ କରିଥିଲେ। କୋର୍ଟ ନିର୍ଦେଶ ପରେ ଉକ୍ତ ଗଛ ନିକଟରେ ପୁଲିସ ମୁତୟନ କରାଯାଇଛି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories