ସୁର ସାମଜ୍ଞ୍ରୀ ଲତା ମଙ୍ଗେସକରଙ୍କୁ କରୋନା -କୋଭିଡ୍‌ର ସାମାନ୍ୟ ଲକ୍ଷଣ, ଆଇସିୟୁରେ ଭର୍ତ୍ତି

ମୁମ୍ବଇ – ସୁର ସାମଜ୍ଞ୍ରୀ ଲତା ମଙ୍ଗେସକର କୋଭିଡ୍‌ ଆକ୍ରାନ୍ତ ହୋଇଛନ୍ତି । ଲତାଙ୍କ ଭାଣିଜୀ ରଚନା ଏ ବିଷୟରେ ଟ୍ୱିଟ କରି ସୂଚନା ଦେଇଛନ୍ତି । କୋଭିଡ୍‌ ଏବଂ ନିମୋନିଆରେ ସଂକ୍ରମିତ ହୋଇଥିବାରୁ ଲତାଙ୍କୁ ଚିକିତ୍ସା ପାଇଁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ଆଇସିୟୁରେ ରଖାଯାଇ ତାଙ୍କର ଚିକିତ୍ସା ଚାଲିଛି ।

ତାଙ୍କର କୋଭିଡ୍‌ର ସମାନ୍ୟ ଲକ୍ଷଣ ଦେଖାଯାଇଥିବା ବେଳେ ବୟସ ଏବଂ ନିମୋନିଆ ସଂକ୍ରମଣ ଯୋଗୁଁ ଆଇସିୟୁରେ ରଖାଯାଇ ଚିକିତ୍ସା ଚାଲିଛି । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ବିଭିନ୍ନ ସ୍ଥାନରେ ରାତ୍ରୀକାଳୀନ କର୍ଫ୍ୟୁ ଜାରିକରାଯାଇଥିବା ବେଳେ ବିଭିନ୍ନ କଟକଣା ଲଗାଯାଇଛି ।

ଓଡିଶାରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି । ଏଥିପାଇଁ ସାଧାରଣ ଲୋକଙ୍କୁ ସମସ୍ତ କୋଭିଡ୍‌ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

Comments are closed.