www.samajalive.in
Saturday, December 6, 2025
16.1 C
Bhubaneswar

ବିଶିଷ୍ଟ ସାରସ୍ୱତ ସାଧକ ତଥା ପ୍ରଥମ ସମ୍ବଲପୁରୀ ଚଳଚ୍ଚିତ୍ର “ଭୂଖା” ର ଲେଖକ ମଙ୍ଗୁଳୁ ଚରଣ ବିଶ୍ୱାଳଙ୍କ ପରଲୋକ

ସମ୍ବଲପୁର (ସିଟି) : ବିଶିଷ୍ଟ ସାହିତ୍ୟିକ, ଲେଖକ, ନାଟ୍ଯକାର ତଥା ‘ଭୂଖା’ ଚଳଚ୍ଚିତ୍ର  ଲେଖକ ଓ ଶିକ୍ଷକ ମଙ୍ଗଳୁ ଚରଣ ବିଶ୍ବାଳଙ୍କ  ମଙ୍ଗଳବାର ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମ୍ପୃକ୍ତ ଅଞ୍ଚଳରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ହେତୁ ସମ୍ବଲପୁର ଉପକଣ୍ଠସ୍ଥ ପରମଣପୁର ଗ୍ରାମର ବାରଡୁଙ୍ଗରି ସ୍ଥିତ ନିଜ ବାସ ଭବନରେ ଚିକିତ୍ସାଧିନ ଅବସ୍ଥାରେ   ପ୍ରାତଃ ୫ଟା ୫୭ ମିନିଟରେ ତାଙ୍କର ବିୟୋଗ ଘଟିଛି ।  ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ ଶୈଳବାଳା, ଏକମାତ୍ର କନ୍ୟା  ପ୍ରତିମା, ୩ ପୁତ୍ର ପ୍ରଶାନ୍ତ, ଅମିତାଭ, ସିଦ୍ଧାର୍ଥ ତଥା ପୁତ୍ରବଧୁ, ଜାମାତା ଏବଂ ୯ ନାତିନାତୁଣୀ ଉପସ୍ଥିତ ଥିଲେ ।

ମୃତ୍ୟୁ ପରେ ତାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବରେ ସମଗ୍ର ସମ୍ବଲପୁର ଜିଲ୍ଲା ତଥା ପଡ଼ୋଶି ଜିଲ୍ଲାର ବହୁ ସଂଖ୍ୟାରେ ସାହିତ୍ୟ ଓ କଳାପ୍ରେମୀ ତଥା ବିଶିଷ୍ଟ ବ୍ଯକ୍ତି ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ ।  ତେବେ ଆଜି ଅପରାହ୍ନ ୧୨ ଟା ୩୫ରେ ସ୍ଥାନୀୟ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବଡ଼ପୁଅ ପ୍ରଶାନ୍ତ ମୁଖାଗ୍ନି ଦେଇଥିଲେ ।

- Advertisement -

ସମ୍ବଲପୁର ଜିଲ୍ଲାର ହୀରାକୁଦ ନଦୀବନ୍ଧ ଯୋଜନାରେ ସୃଷ୍ଟି ଜଳଭଣ୍ଡାରରେ ଲୀନ ହୋଇଥଇବା ପିତାପାଲି ଗ୍ରାମ ହେଉଛି ତାଙ୍କର ଜନ୍ମମାଟି । ୧୯୩୫ ମସିହା ମଇ ୪ ତାରିଖ ଏକ ବ୍ରହ୍ମ ମୁହୁର୍ତ୍ତରେ ଏକ ବ୍ରାହ୍ମଣ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ସେ ଜଣେ ଶିକ୍ଷକ ଭାବେ ଜୀବିକା ଆରମ୍ଭ କରିଥିଲେ । ଜଣେ ଆଦର୍ଶ ଶିକ୍ଷକ ଭାବେ ତାଙ୍କର ବେଶ  ଖ୍ୟାତି ରହିଛି । ଜଣେ ସଫଳ ତଥା ଆଦର୍ଶ ଶିକ୍ଷକ ଭାବେ ଭାରତର ମହାମହିମ ଉପରାଷ୍ଟ୍ରପତି ଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ । ପେଶାରେ ସେ ଜଣେ ଶିକ୍ଷକ ହୋଇଥିଲେ ମଧ୍ୟ ଗଳ୍ପ ଓ କବିତା ଲେଖିବା ସହ ସାହିତ୍ୟ ସାଧନା ପ୍ରତି ତାଙ୍କର ବେଶ ରୁଚି ରହିଥିଲା । ଜଣେ ସଫଳ ତଥା ଉଚ୍ଚକୋଟୀର  ନାଟ୍ୟକାର, କବି, ଲେଖକ, ଗାଳ୍ପିକ ତଥା ଜଣେ ସାରସ୍ବତ ସାଧକ ଭାବେ ସେ ବେଶ ଜଣାଶୁଣା । ତାଙ୍କର ଲିଖିତ ‘ଭୁଖା’ ଚଳଚିତ୍ର ସଫଳତା ତାଙ୍କୁ ସଫଳତାକୁ ଶୀର୍ଷରେ ପହଞ୍ଚାଇଥିଲା ।   ତାଙ୍କ ଦ୍ବାରା ୧୩ ଟି ସମ୍ବଲପୁରୀ ନାଟକ, ୧୧ ଟି କବିତା ସଙ୍କଳନ, ୧୦ ଟି ଗଳ୍ପ ସଙ୍କଳନ, ୭ ଟି ପ୍ରବନ୍ଧ, ୫ ଟି ଶିଶୁ ସାହିତ୍ୟ, ୩ ଟି ଉପନ୍ଯାସ, ୨ ଟି ଅନୁବାଦ ଏବଂ ଗୋଟିଏ ଲେଖାଏଁ ଜୀବନୀ ଓ ଆତ୍ମ ଜୀବନୀ ଚରିତ ହୋଇଛି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories