ତିନି ମୋବାଇଲ ଚୋର ଗିରଫ
ରେଙ୍ଗାଲିକେମ୍ପ : ଅତାବିରା ପୁଲିସ ହାତରେ ଧରାପଡ଼ିଛନ୍ତି ତିନିଜଣ ମୋବାଇଲ ଚୋର। ପୁଲିସ ସୂତ୍ରରୁ ଜଣା ପଡ଼ିଛି , ଗତ ଡିସେମ୍ବର ୩୦ ତାରିଖ ସନ୍ଧ୍ୟା ୫ଟା ୧୫ ମିନିଟ ସମୟରେ ଅତାବିରା ବ୍ଲକ ଲଚିଦା ( ଦର୍ଲିପାଲି)ର ଧରିଣୀଧର ଜାନି (୧୮) ତାଙ୍କ ବନ୍ଧୁ ମାନସ ଭୋଇଙ୍କ ସହ ଘରକୁ ଫେରୁଥିଲେ। ବରଗଡ଼ ମୁଖ୍ୟ କେନାଲ ଲଚିଦା ଛକ ଠାରେ ତିନିଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍ ରେ ଆସି ହଠାତ୍ ତାଙ୍କୁ ଛୁରୀ ଦେଖାଇ ଧମକ ଚମକ ଦେଇ ତାଙ୍କ ପାଖରେ ଥିବା ମୋବାଇଲକୁ ଛଡାଇ ନେଇ ଫେରାର ମାରିଥିଲେ। ଏ ନେଇ ସେମାନେ ଅତାବିରା ଥାନାରେ ତା ୩୧ /୧୨ /୨୧ ରିଖ ଦିନ ସନ୍ଧ୍ୟା ୬ ଟା ୪୦ ମିନିଟ ରେ ଏକ ଲିଖିତ ଅଭିଯୋଗ କରିଥିଲେ। ବରଗଡ଼ ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ଅନିଲ ପ୍ରଧାନ, ଏସ ଆଇ ଯାଦବ ବାଗ, ଏ ଏସ ଆଇ ଟି କେ ସେନାପତି , କନଷ୍ଟେବଳ ଏସ ସାହୁ ଏକ ସ୍ଵତନ୍ତ୍ର ଦଳ ଗଠନ କରି ଏହାର ତଦନ୍ତ ଆରମ୍ଭ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ବରଗଡ଼ ଅଭିନନ୍ଦନ ହୋଟେଲ ଭିତରେ, ଜଣକୁ ବିଶି କଲୋନୀ ଓ ତୃତୀୟ ଜଣକୁ ଏକାମ୍ର ଛକ ଠାରେ ପୁଲିସ ଗିରଫ କରିଛି। ସେମାନେ ହେଲେ ଏକାମ୍ର ଛକ ବରଗଡ଼ ର ଦୀପକ ବାରିକ୍ (୩୧), ଭେଡେନ ର ପ୍ରଶାନ୍ତ ସାହୁ ଓରଫ ବୁଲୁ(୩୧) ଏବଂ ନଗାଁ ଲୋଇସିଂହା ର ନାରାୟଣ ସାହୁ(୨୮)। ପୁଲିସ ଏମାନଙ୍କ ପାଖରୁ ଧରଣୀଧର ଙ୍କ ମୋବାଇଲ ବ୍ୟତୀତ ପୂର୍ବରୁ ଚୋରି କରିଥିବା ଆହୁରି ସାତଟି ମୋବାଇଲ ମଧ୍ୟ ଜବତ କରିଛି। ଏମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି।
Comments are closed.