ଜେଏସଏଲକୁ ‘କ୍ରିସିଲ ଏଏ-/ସ୍ଥିର’ରେଟିଂ
ନୂଆଦିଲ୍ଲୀ: ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସଏଲ)ର ଦୀର୍ଘସୂତ୍ରୀ ବ୍ୟାଙ୍କ ସୁବିଧା ସୁଯୋଗକୁ କ୍ରିସିଲ ପକ୍ଷରୁ ‘କ୍ରିସିଲ ଏଏ-/ସ୍ଥିର’ ରେଟିଂ ପ୍ରଦାନ କରାଯାଇଛି । ପୂର୍ବରୁ ଏହା ଜେଏସଏଲ୍କୁ ‘କ୍ରିସିଲ ଏ+/ସ୍ଥିର’ ରେଟିଂ ପ୍ରଦାନ କରିଥିଲା । ଜେଏସଏଲ୍ର ସ୍ୱଳ୍ପ ଅବଧି ବ୍ୟାଙ୍କ ସୁବିଧା ସୁଯୋଗ ରେଟିଂକୁ ‘କ୍ରିସିଲ ଏ୧+’ରେ ପୁନଃ ଦୃଢିକରଣ କରାଯାଇଛି । କ୍ରିସିଲ ଅନୁଯାୟୀ ଏହି ଉନ୍ନତି ସାଧନ ଜେଏସଏଲ୍ ଏବଂ ଜିନ୍ଦଲ ଷ୍ଟେନଲେସ (ହିସାର) ଲିମିଟେଡ (ଜେଏସଏଚଏଲ୍)ର ବ୍ୟାବସାୟିକ ଆପଦ ଦିଗ ପରିଚାଳନାରେ ଉଲ୍ଲେଖନୀୟ ଉନ୍ନତି ସମ୍ପର୍କରେ ଆଲୋକପାତ କରୁଛି । ତାହାସହିତ ଟନ୍ ପିଛା ଉନ୍ନତ ଇବିଆଇଟିଡଏ ସ୍ତରକୁ ନେଇ କମ୍ପାନୀର ପରିଚାଳନାଗତ ଦକ୍ଷତାରେ ସ୍ଥିର ଉନ୍ନତିକୁ ଏହା ପ୍ରତିଫଳିତ କରୁଛି ।
ଏ ସମ୍ପର୍କରେ ମତଦେଇ ଜେଏସଏଲ୍ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ରେଟିଂରେ ଏହି ଉନ୍ନତିକରଣ ଏକ ବିଶ୍ୱସନୀୟ ଏବଂ ସୁସଂହତ ବ୍ୟବସାୟିକ ସଂସ୍ଥା ଭାବରେ ବଜାରରେ ଆମର ନେତୃତ୍ୱକାରୀ ସ୍ଥାନକୁ ପୁନଃ ମଜଭୁତ କରୁଛି । କଞ୍ଚାମାଲ ମୂଲ୍ୟରେ ଅସ୍ଥିର ଅବସ୍ଥା ଏବଂ ଷ୍ଟେନଲେସ ଷ୍ଟିଲ ଶିଳ୍ପରେ ପୁନଃଚକ୍ରିକରଣ ଜନିତ ଅସ୍ଥିର ପରିସ୍ଥିତି ସତ୍ତ୍ୱେ କମ୍ପାନୀ ଦମ୍ଦାର ପ୍ରଦର୍ଶନ କରିଛି ଏବଂ ସେହି ସମୟରେ ଇଣ୍ଡୋନେସିଆ ଏବଂ ଚାଇନାରୁ ଶସ୍ତାରେ ହେଉଥିବା ବିପୁଳ ଆମଦାନୀ ସହିତ ପ୍ରତିଦ୍ୱନ୍ଦ୍ୱିତା କରିଛି । ଜେଏସଏଲ୍ ତାହାର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ନିମନ୍ତେ କ୍ୟାପେକ୍ସ ସଂଗ୍ରହ କରୁଛି ଯଦ୍ଦ୍ୱାରା ଏହାର ଘରୋଇ ଏବଂ ବିଶ୍ୱସ୍ତରୀୟ ଉପସ୍ଥିତିରେ ଉନ୍ନତି ଘଟିବ ।
Comments are closed.