www.samajalive.in
Sunday, December 7, 2025
23.1 C
Bhubaneswar

ଅତାବିରାରେ ସ୍ବଚ୍ଛତା ସର୍ବେକ୍ଷଣ ଓ ବର୍ଜ୍ୟବସ୍ତୁ ସୁପରିଚାଳନା ଉପରେ ଆଲୋଚନାଚକ୍ର

ରେଙ୍ଗାଲିକେମ୍ପ : ଅତାବିରା ଏନ୍ ଏ ସି ରେ ୨୦୨୨ସ୍ୱଚ୍ଛ ସର୍ଭେ କୁ ନେଇ ଅଧ୍ୟକ୍ଷା ଦୀପାଞ୍ଜଳୀ୍ ଭୋରାସାଗର ଙ୍କ ଅଧ୍ୟକ୍ଷତାରେ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଏହାକୁ କର୍ମଚାରୀ ପ୍ରଦୀପ ପ୍ରଧାନ ପରିଚାଳନା କରିଥିଲେ। ବିଜେଡି ଯୁବ ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା,ଏନ୍ ଏ ସି ସଭାପତି ଟଙ୍କଧର ଦାଶ,କାଉନସିଲର ବନମାଳୀ ବରିହା,ପ୍ରକାଶ ପ୍ରଧାନ,ମନୋଜ ପ୍ରଧାନ,ଜିଲ୍ଲା ସମ୍ପାଦକ ଜିତେନ୍ଦ୍ର ଦାଶ,ବିନୋଦ ନାଏକ ଓ ସତ୍ୟମିଶ୍ର ମଞ୍ଚ।ସିନ ଥିଲେ। ସହରକୁ ତଥା ଏନ୍ ଏ ସି କୁ ଅଳିଆଗଦା ବିହୀନ କରି ରଖିବା, ଥରେ ବ୍ୟବହାର ପ୍ଲାଷ୍ଟିକ ର ବର୍ଜନ ତଥା ବର୍ଜ୍ୟବସ୍ତୁ ସୁପରିଚାଳନା ଆଦି ବିଷୟ ବସ୍ତୁ କୁ ନେଇ ଏହି ଆଲୋଚନା ଚକ୍ର ହୋଇଥିଲା।
ଉପଯୁକ୍ତ ଡଷ୍ଟବିନ ବ୍ୟବହାର କରି ଓଦା ଓ ଶୁଖିଲା ଆଦି ଘରୋଇ ବର୍ଜ୍ୟବସ୍ତୁ କୁ ଅଲଗା ଭାବରେ ରଖି ସହରର ପରିମଳ ବ୍ୟବସ୍ଥାରେ ସହଯୋଗ କରନ୍ତୁ ବୋଲି ଉପସ୍ଥିତ ଜନତାଙ୍କୁ ସଚେତନ କରାଯାଇଥିଲା ।ପ୍ରତି ଘରେ ଶୌଚାଳୟ ବ୍ୟବହାର କରିବା,ରାସ୍ତାରେ ଅଳିଆ ଆବର୍ଜନା ନ ପକାଇ ଡଷ୍ଟବିନ ରେ ପକେଇବା ଓ ପୁଣି ତାର ସଦୁପଯୋଗ କରିବା, ହାଟ ,ବଜାର,କଲୋନୀ ରାସ୍ତା ଘାଟ ଆଦି ପରିଷ୍କାର ରଖିବା, ଦ୍ଵାରା ସହର ସ୍ୱଚ୍ଛ ଓ ସୁସ୍ଥ ରହିପାରିବ ବୋଲି ସଚେତନ କରାଯାଇଥିଲା।ଆମରି ସହର ଆମରି ଗର୍ବ,ଏହାର ପରିମଳ ଆମରି ହାତରେ,ତେଣୁ ହାତକୁ ହାତ ମିଳାଇ ସମସ୍ତେ ଏହାର ସ୍ବଚ୍ଛତା କୁ ବଜାୟ ରଖିବା ବୋଲି ମଞ୍ଚାସୀନ ଅତିଥିମାନେ ଉଦବୋଧନ ଦେଇଥିଲେ।ଏହି ଅବସରରେ ଏକ ରଙ୍ଗୋଲି ଓ ଝୋଟି ପ୍ରତିଯୋଗିତା ହୋଇଥିଲା। ଏଥିରେ କୁନି କୁନି ପିଲାମାନେ ତଥା ସ୍ୱଚ୍ଛ ସାଥୀ ମହିଳା ମାନେ ସ୍ବଚ୍ଛତା ଉପରେ ବିଭିନ୍ନ ପ୍ରକାରର ଚିତ୍ର କରି ରଙ୍ଗ ଭରିଥିଲେ ,ଝୋଟି ଆଙ୍କି ଥିଲେ ।ଏଥିରେ ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲା ମାନଙ୍କୁ ଓ ସ୍ଵଚ୍ଛାସାଥି ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶେଷରେ ରଘୁ ବାରିକ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories