www.samajalive.in
Sunday, December 7, 2025
14.1 C
Bhubaneswar

ବୋହୂକୁ ପୋଡି ମାରିଦେଲା ଶ୍ବଶୁର

ଝାରସୁଗୁଡା: ପୁଅ ମୃତ୍ୟୁର ୪ମାସ ପରେ ଜଣେ ବ୍ୟକ୍ତି ନିଜ ବୋହୂକୁ ପୋଡି ମାରି ଦେଇଥିବା ଅଭିଯୋଗ ହୋଇଛି। ଝାରସୁଗୁଡା ଜିଲା ଲଇକେରା ଥାନା ଅନ୍ତର୍ଗତ ଭାଲୁପତ୍ର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଏନେଇ ମୃତ ମହିଳାଙ୍କ ବାପ ଘର ପକ୍ଷରୁ ଲଇକେରା ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, ଭାଲୁପତ୍ର ଗ୍ରାମର ବନମାଳି ରୋହିଦାସ ଦୁଇଟି ବିବାହ କରିଥିଲେ। ତାଙ୍କ ପ୍ରଥମ ସ୍ତ୍ରୀର ପୁଅ ଶୁଖାରାମ। ଶୁଖାରାମ କିଛି ବର୍ଷ ପୂର୍ବେ ସମ୍ବଲପୁରର ରୁକ୍ମଣୀଙ୍କୁ ବିବାହ କରିଥିଲେ। ଶୁଖାରାମଙ୍କ ୪ମାସ ପୂର୍ବେ ହଠାତ ମୃତ୍ୟୁ ହୋଇଯାଇଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ରୁକ୍ମୁଣୀ ଶ୍ବଶୁର ଘରେ ରହୁଥିଲେ।
ଶୁକ୍ରବାର ସନ୍ଧ୍ୟାରେ ଜମିବାଡି ମାମଲାକୁ ନେଇ ଶ୍ବଶୁର ବନମାଳି ଓ ରୁକ୍ମିଣୀଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା। ବନମାଳି ଏଥିରେ ଉତ୍ତ୍ୟକ୍ତ ହୋଇ ବୋହୂ ଉପରେ କିରୋସିନୀ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ରୁକ୍ମିଣୀଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ମୃତ୍ୟୁର କିଛି ସମୟ ପୂର୍ବରୁ ଶ୍ବଶୁର ତାଙ୍କ ଦେହରେ ନିଆଁ ଲଗାଇ ମାରି ଦେଇଥିବା ରୁକ୍ମିଣୀ କହିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ମହିଳାଙ୍କର ମୃତ୍ୟୁ ହୋଇଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories