www.samajalive.in
Monday, December 15, 2025
15.1 C
Bhubaneswar

ପେଟ୍ରୋଲ ପକାଇବା ବେଳେ ଜଳିଗଲା ସ୍କୁଟର, ଅଳ୍ପକେ ବର୍ତ୍ତିଗଲେ ଚାଳକ ଓ କର୍ମଚାରୀ

ପୁରୀ: ପୁରୀ ପେଣ୍ଠକଟା ପେଟ୍ରୋଲ ପମ୍ପରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏକ ସ୍କୁଟିରେ ପେଟ୍ରୋଲ ପକାଇବା ବେଳେ ହଠାତ ନିଆଁ ଲାଗି ଯାଇଥିଲା ଓ ସ୍କୁଟରଟି ହୁ ହୁ ହୋଇ ଜଳିଥିଲା। ସେଠାରେ କାର୍ଯ୍ୟରତ ନିକଟରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ଜଳନ୍ତା ସ୍କୁଟର ଉପରକୁ ନିଆଁ ଲିଭା ଗ୍ୟାସ ପ୍ରୟୋଗ କରିଥିଲେ। ଜଳନ୍ତା ସ୍କୁଟର ଉପରକୁ ଏକ ସଂଗେ ୩ରୁ ଅଧିକ କର୍ମଚାରୀ ନିଆଁ ଲିଭା ଗ୍ୟାସ ପ୍ରୟୋଗ କରିବା ଫଳରେ ତାହା ଆୟତ୍ତ କରାଯାଇ ପାରିଥିଲା।

- Advertisement -

ସ୍କୁଟର ନିଆଁ ଲାଗିଯିବା ଦେଖି ଚାଳକ ଓ ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଆସିଥିବା ଅନ୍ୟମାନେ ଏଣେତେଣେ ଦୌଡିବା ଆରମ୍ଭ କରି ଦେଇଥିଲେ। ତେବେ ଏହି ଘଟଣାରେ ସମସ୍ତେ ଅଳ୍ପକେ ବର୍ତ୍ତୀ ଯାଇଥିବା ଜଣାପଡିଛି। ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ ଧରଣର ଅଘଟଣକୁ ଏଡାଇ ଦିଆଯାଇ ପାରିଛି।

ତେବେ ଏକ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସ୍କୁଟରରେ ପେଟ୍ରୋଲ ଭର୍ତ୍ତି କରାଯାଉଥିବା ବେଳେ ଅନ୍ୟ ଜଣେ ଗ୍ରାହକ ଦିଆସିଲି ଜଳାଇ ଦେବାରୁ ପେଟ୍ରୋଲ ନିଆଁ ଧରିଥିଲା ଓ ଅଘଟଣ ଘଟିଥିଲା। ଏହି ଘଟଣାରେ ସମୁଦ୍ରକୂଳ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ପୁଲିସ ସ୍କୁଟରଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories