www.samajalive.in
Monday, December 15, 2025
17.1 C
Bhubaneswar

ଯାଜପୁର ପୁଲିସର ଅଜବ ନୀତି, ଆକ୍ରମଣକାରୀ ବଦଳରେ ଥାନାରେ ଆହତ ଅଟକ

ଭୁବନେଶ୍ୱର: ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ ପ୍ରଶାସନ ରହିଥିବା ବେଳେ ଯାଜପୁର ପୁଲିସ କିନ୍ତୁ ଆକ୍ରମଣକାରୀଙ୍କୁ ଗିରଫ କରିବା ପରିବର୍ତ୍ତେ ଛାଡି ଦେଇଥିବା ବେଳେ, ଆହତ ଯୁବକଙ୍କୁ ଅଟକ ରଖି କୋର୍ଟ ଚାଲାଣ କରିବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା କୋରେଇ ବ୍ଲକ କରଦା ପଞ୍ଚାୟତ ଅନ୍ତର୍ଗତ ବର୍ତ୍ତମଣା ଗ୍ରାମରେ ରବିବାର ଦିନ ବିବେକାନନ୍ଦ ସାହୁ (୨୪)ଙ୍କ ଉପରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେହି ଗ୍ରାମର ଗୋଟିଏ ପରିବାରର ୯ ଜଣ ସଦସ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ। ସେହି ପରିବାରର ୬ ଜଣ ମହିଳା ଓ ୩ ଜଣ ପୁରୁଷ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

କୌଣସି ପ୍ରକାରେ ସମ୍ପୃକ୍ତ ଯୁବକଙ୍କୁ ପରିବାରବର୍ଗ ଆକ୍ରମଣକାରୀଙ୍କ କବଳରୁ ଉଦ୍ଧାର କରି ପାଣିକୋଇଲି ଡାକ୍ତରଖାନାକୁ ଆଣିଥିଲେ। ଯୁବକଙ୍କ ମୁଣ୍ଡରେ ଗଭୀର କ୍ଷତ ହେବା ସହ ପ୍ରବଳ ରକ୍ତସ୍ରାବ ହୋଇଥିବା ଓ ଦେହର ବିଭିନ୍ନ ଅଂଶ ଫୁଲି ଯାଇଥିବା ଜଣାପଡିଛି। ତେବେ ପ୍ରାଥମିକ ଚିକିତ୍ସା ପରେ ପରିବାରବର୍ଗ ପାଣିକୋଇଲି ଥାନାରେ ଏତଲା ଦେବା ପରେ ପୁଲିସ ଆହତ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖିଥିବା ବେଳେ ଆକ୍ରମଣ କରିଥିବା କୌଣସି ବ୍ୟକ୍ତିଙ୍କୁ ହେପାଜତକୁ ନ ନେବା ସନ୍ଦେହ ସୃଷ୍ଟି କରିଛି। ଏହି ଆକ୍ରମଣ ଘଟଣାର ଭିଡିଓରେ ସମସ୍ତ ବିଷୟ ସ୍ପଷ୍ଟ ଥିଲେ ମଧ୍ୟ ପୁଲିସ ସେହି ଭିଡିଓକୁ ନଷ୍ଟ କରିଦେବାକୁ ଚାପ ପକାଉଥିବା ଆହତ ଯୁବକଙ୍କ ପରିବାରବର୍ଗ କହିଛନ୍ତି।

- Advertisement -

ଅନ୍ୟପକ୍ଷରେ ଆଉ ଏକ ସୂଚନା ମୁତାବକ, ଆକ୍ରମଣକାରୀ ପରିବାରର ୨ ଜଣ ମହିଳା ପୁଲିସ ବିଭାଗରେ ଚାକିରୀ କରୁଥିବା ଓ ସେମାନଙ୍କ ମଧ୍ୟରୁ ଜଣେ ସମ୍ପୃକ୍ତ ପାଣିକୋଇଲି ଥାନାରେ ହୋମଗାର୍ଡ ଥିବା ଜଣାପଡିଛି। ତେଣୁ ସେମାନଙ୍କୁ ପୁଲିସ ସୁରକ୍ଷା ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ଆହତ ଯୁବକଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା ନ ରଖିବା, ଆକ୍ରମଣରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ପରିବର୍ତ୍ତେ ଥାନାରେ ଅଟକ ରଖିବା ସହ ପୁଲିସ କୋର୍ଟ ଚାଲାଣ କରିବା ଭଳି ଧମକ ଦେଉଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories