www.samajalive.in
Sunday, December 14, 2025
23.1 C
Bhubaneswar

ସଡକ ଦୁର୍ଘଟଣାରେ ବାଇକ୍‍ ଚାଳକଙ୍କ ମୃତ୍ୟୁ

ପିପିଲି:ପିପିଲି-ଦାଣ୍ଡମୁକୁନ୍ଦପୁର ପୂର୍ତ୍ତ ବିଭାଗ ରାସ୍ତାର ପିପିଲି ଡାକ୍ତରଖାନା ଛକ ନିକଟରେ ରବିବାର ସଂନ୍ଧ୍ୟାରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ୍‍ ଚାଳକଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସୀତାରାମ ପରିଡା(୨୭) ଓ ତାଙ୍କ ଘର ଚନ୍ଦନପୁର ଥାନା ଅନ୍ତର୍ଗତ ଉଆଁସ ସାହିରେ ହୋଇଥିବା ସୂଚନା ମିଳିଛି।
ସୀତାରାମ ଆଜି ନିଜ ବାଇକ୍‍ ଚଳାଇ ବନମାଳିପୁର ସ୍ଥିତ ମାମୁଁ ଘରକୁ ଯାଉଥିବା ବେଳେ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଡାକ୍ତରଖାନା ଛକ ନିକଟ ତାରିଣି ଟେଣ୍ଟ ହାଉସ୍‍ ସମ୍ମୁଖରେ ଦୁର୍ଘଟଣାର ଶିକାର ହୋଇଥିଲେ। ସମ୍ମୁଖରୁ ଦୃତଗତିରେ ଆସୁଥିବା ଏକ ଅଜଣା ୪ଚକିଆ ଗାଡି ତାଙ୍କୁ ଧକ୍କା ଦେବା ସହ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା। ଏଥିରେ ତାଙ୍କ ହେଲମେଟ୍‍ ଟି ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଶକ୍ତ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା।

 

- Advertisement -

ଘଟଣାସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପିପିଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପିପିଲି ପୁଲିସ ସେଠାରେ ପହଞ୍ôଚ ମୃତଦେହକୁ ଜବତ କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକ୍‍କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଦୁର୍ଘଟଣା ଘଟାଇଥିବା ଗାଡିଟି ସେଠାରୁ ଖସି ପଳାଇଥିବା ବେଳେ ତାକୁ ଜବତ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି। ମୃତ ସୀତାରାମ ନିଜ ପରିବାରର ଏକମାତ୍ର ପୁତ୍ର ହୋଇଥିବା ବେଳେ ସେ ଏକ େଔଷଧ ଦୋକାନରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories