www.samajalive.in
Monday, December 15, 2025
17.1 C
Bhubaneswar

କୃଷି ଆଇନ ପୁଣି ଆସିବ: ତୋମାର

ନାଗପୁର: ପ୍ରତ୍ୟାହାର ହୋଇଥିବା ୩ କୃଷି ଆଇନ ସଂକ୍ରାନ୍ତରେ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ସେ କହିଛନ୍ତି, କୃଷି ଆଇନ ପ୍ରତ୍ୟାହାର କରି ଆମେ ଗୋଟିଏ ପାଦ ପଛକୁ ହଟିଛୁ; ପୁଣି ଦୃଢତାର ସହ ଫେରିବୁ। ଦେଶ ସ୍ବାଧୀନ ହେବାର ୭୦ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ସଂସ୍କାର ହେଉଛି କୃଷି ଆଇନ। ପୁନର୍ବାର ଏହାକୁ ଆମେ ଆଣିବୁ ବୋଲି ସେ କହିଛନ୍ତି ।

ମହାରାଷ୍ଟ୍ରର ନାଗପୁର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, କିଛି ଲୋକ କୃଷି ଆଇନ୍‌କୁ ପସନ୍ଦ କରୁ ନାହାନ୍ତି। ଏଥିପାଇଁ ଆମେ ନିରାଶ ନହୋଇ ଆଗାମୀ ପଦକ୍ଷେପ ବିଷୟରେ ଚିନ୍ତା କରୁଛୁ। ଦେଶ ସ୍ବାଧୀନ ହେବା ପରେ କୃଷି କ୍ଷେତ୍ରରେ ସର୍ବବୃହତ୍‌ ସଂସ୍କାର ହେଉଛି କୃଷି ଆଇନ। କେତେକ ଲୋକ ଏହାକୁ ବିରୋଧ କରିବାରୁ ଆମେ ଏହାକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛୁ। ଆମେ ଏବେ ଗୋଟିଏ ପାଦ ପଛକୁ ହଟିଛୁ, ହେଲେ ଆଗାମୀ ଦିନରେ ଦୁଇ ପାଦ ନିଶ୍ଚୟ ଆଗେଇବୁ ବୋଲି ସେ କହିଛନ୍ତି। ଆଗାମୀ ପଦକ୍ଷେପ ସଂକ୍ରାନ୍ତରେ ତାଙ୍କ ସରକାର ଚିନ୍ତା କରୁଥିବା ତୋମାର କହିଛନ୍ତି। ସୂଚନାଯୋଗ୍ୟ, ପ୍ରବଳ ବିରୋଧ ଯୋଗୁଁ କେନ୍ଦ୍ର ସରକାର ଗତ ମାସ ୧୯ ତାରିଖରେ ୩ କୃଷି ଆଇନକୁ ପ୍ରତ୍ୟାହାର କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories