www.samajalive.in
Sunday, December 14, 2025
23.1 C
Bhubaneswar

ଟିକାକରଣ ଟପିଲା ୪.୮୬ କୋଟି

ଭୁବନେଶ୍ୱର: ରାଜ୍ୟରେ ଜାନୁଆରୀ ୧୬ରୁ ଜାରି ରହିଥିବା ଟିକାକରଣ ଅଭିଯାନରେ ଶନିବାର ସଂଖ୍ୟା ୪ କୋଟି ୮୬ ଲକ୍ଷ ୩୬ ହଜାର ୭୪୩ରେ ପହଞ୍ଚିଛି। ଶନିବାର ୨୪୫୯ଟି କେନ୍ଦ୍ରରେ ୧ ଲକ୍ଷ ୯୭ ହଜାର ୮୪୦ ହିତାଧିକାରୀ ଟିକା ନେଇଛନ୍ତି। ଏଥିରେ ୨୨୩୮ ଗର୍ଭବତୀଙ୍କୁ ନେଇ ସେମାନଙ୍କ ସଂଖ୍ୟା ୪ ଲକ୍ଷ ୧୯ ହଜାର ୩୪୪ରେ ପହଞ୍ଚିଛି। ଏବେ ଦ୍ବିତୀୟ ପାନ ଟିକାକରଣ ଉପରେ ସରକାର ଜୋର ଦେଉଛନ୍ତି।

ଶନିବାର ୧୮ରୁ ୪୪ ବର୍ଷ ଯୁବବର୍ଗଙ୍କ ମଧ୍ୟରୁ ୨୪ହଜାର ୬୮୧ଜଣଙ୍କୁ ପ୍ରଥମ ପାନ ଦିଆଯାଇଥିବା ବେଳେ ୧ ଲକ୍ଷ ୨ ହଜାର ୯୨୫ ଜଣଙ୍କୁ ଦ୍ବିତୀୟ ପାନ ଟିକା ଦିଆଯାଇଛି। ସେହିପରି ୪୫ ବର୍ଷରୁ ଊର୍ଦ୍ଧ୍ବଙ୍କ କ୍ଷେତ୍ରରେ ୧୨ ହଜାର ୭୫୫ ହିତାଧିକାରୀ ପ୍ରଥମ ପାନ ଟିକା ନେଇଥିବା ବେଳେ ୫୬ ହଜାର ୫୯୮ ଜଣ ଦ୍ବିତୀୟପାନ ଟିକା ନେଇଛନ୍ତି। ଏହାବାଦ୍ ସ୍ବାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧା ପ୍ରାୟ ୮୮୧ଜଣ ନେଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories