www.samajalive.in
Monday, December 15, 2025
17.1 C
Bhubaneswar

ଓଡ଼ିଶା ଖଣି ନିଗମକୁ ‘ପିପୁଲ ଫାଷ୍ଟ’ ପୁରସ୍କାର

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଓଡ଼ିଶା ଖଣି ନିଗମକୁ ପୁଣି ଏକ ସମ୍ମାନ ମିଳିଛି। କରୋନା ମହାମାରୀ ସମୟରେ ଶିଳ୍ପାନୁଷ୍ଠାନଗୁଡିକର ସାମାଜିକ ଦାୟିତ୍ବବୋଧ (ସିଏସଆର)କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନ ଲାଗି ଏସିଆ ମହାଦେଶର ଅଗ୍ରଣୀ ଅନୁଷ୍ଠାନ ‘ପିପୁଲ ଫାଷ୍ଟ’ ପକ୍ଷରୁ ‘ମାନବସମ୍ବଳ ଏକ୍ସଲେନ୍ସ ଆୱାର୍ଡ -୨୦୨୧’ ହାସଲ କରିଛି। ଖଣି ନିଗମ ପକ୍ଷରୁ କରୋନାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ଶିଳ୍ପାନୁଷ୍ଠାନରେ କାର୍ଯ୍ୟସ୍ଥଳରେ ବହୁ ମାତ୍ରାରେ କରୋନାକୁ ପ୍ରତିହତ କରାଯାଇପାରିଛି।

ଏନେଇ ‘ପିପୁଲ ଫାଷ୍ଟ’ ପକ୍ଷରୁ ଶୁକ୍ରବାର ଆଭାସି ସମ୍ମିଳନୀ ଜରିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଚଳିତ ବର୍ଷ ଖଣି ନିଗମ କିଭଳି ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ସହ ମାନବସମ୍ବଳର ସୁବିନିଯୋଗ କରିପାରିଛି ଏବଂ କର୍ମକ୍ଷେତ୍ରରେ ସୁରକ୍ଷା ଓ ପରିବେଶ ଦିଗ ପ୍ରତି ଧ୍ୟାନ ଦେଇଛି ତାକୁ ନେଇ ପ୍ରଶଂସା କରାଯାଇଥିଲା। ନିକଟରେ ନିଗମର ଦୈତାରୀ ଏବଂ କୁର୍ମିତାର ଖଣି ଓଡ଼ିଶା ରାଜ୍ୟ ସୁରକ୍ଷା ସମ୍ମିଳନୀ-୨୦୨୧ରେ ‘କଳିଙ୍ଗ ସେଫ୍ଟି ଏକ୍ସଲେନ୍ସ ଆୱାର୍ଡ’ ଲାଭ କରିଛି। ଏହାବାଦ୍ କର୍ମକ୍ଷେତ୍ରରେ ସ୍ବତନ୍ତ୍ର ସୁରକ୍ଷାକୁ ଧ୍ୟାନ ଦେଉଥିବାରୁ ଦୈତାରୀ ଖଣି ମଧ୍ୟ ‘ଗୋଲଡେନ୍ ପିକକ୍ ଅକୁପେସନାଲ ହେଲ୍ଥ ଆଣ୍ଡ ସେଫଟି ଆୱାର୍ଡ-୨୦୨୧’ ହାସଲ କରିଛି। ଖଣି ନିଗମ ସବୁବେଳେ କର୍ମକ୍ଷେତ୍ରରେ ଶୂନ ବିପଦକୁ ଧ୍ୟାନରେ ରଖି କାର୍ଯ୍ୟ କରୁଛି। ଏହାକୁ ନେଇ ନିଗମ ପକ୍ଷରୁ ଚଳିତବର୍ଷର ବିଷୟବସ୍ତୁ ‘ସେଫ୍ଟି ଫାଷ୍ଟ-ଆଭଏଡ ଦ ୱର୍ଷ୍ଟ’ ନାରା ଦିଆଯାଇଛି। ଖଣି ନିଗମର ଜନକେନ୍ଦ୍ରୀକ କାର୍ଯ୍ୟକ୍ରମ ପାଇଁ ଗ୍ରୀନ୍ ଫାଉଣ୍ଡେସନ ପକ୍ଷରୁ ‘ସିଏସଆର ଇଣ୍ଡିଆ ଆୱାର୍ଡ-୨୦୨୧’ ଏବଂ ଆପେକ୍ସ ଇଣ୍ଡିଆ ପକ୍ଷରୁ ସିଏସଆର ଏକ୍ସଲେନ୍ସ ଆୱାର୍ଡ-୨୦୨୧’ ହକଦାର ହୋଇପାରିଛି। ଭାରତ ବର୍ଷରେ ଓଡ଼ିଶା ଖଣି ନିଗମ ହେଉଛି ସବୁଠାରୁ ଏକ ଅଗ୍ରଣୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ। ନିଗମ ସବୁବେଳେ ତା’ର ଉତ୍କର୍ଷତା କର୍ମକ୍ଷେତ୍ରରେ ଦେବା ସହିତ ଉଦାହରଣ ସୃଷ୍ଟି କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories