www.samajalive.in
Monday, December 15, 2025
17.1 C
Bhubaneswar

ଜାନୁଆରୀ ୫ରୁ ଦଶମ ଶ୍ରେଣୀ ସଂକ୍ଷିପ୍ତ ମୂଲ୍ୟାଙ୍କନ

ଭୁବନେଶ୍ବର: ଜାନୁଆରୀ ୫ରୁ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ସଂକ୍ଷିପ୍ତ ମୂଲ୍ୟାଙ୍କନ (ସମେଟିଭ୍ ଆସେସ୍‌ମେଣ୍ଟ) ପରୀକ୍ଷା ଅନୁଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ) ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟରେ କରୋନା ନୂଆ ପ୍ରକରଣ ଓମିକ୍ରନ ଚିହ୍ନଟ ହୋଇଥିବାରୁ ପରୀକ୍ଷା ହେବ କି ନାହିଁ ତାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ଏ ସଂକ୍ରାନ୍ତରେ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୀମର ରଞ୍ଜନ ଦାଶ କହିଛନ୍ତି, ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ସମେଟିଭ୍ ଆସେସ୍‌ମେଣ୍ଟ ପରୀକ୍ଷା ନିଶ୍ଚିତ ଭାବେ କରାଯିବ। କାରଣ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏହି ପରୀକ୍ଷା ଅତ୍ୟନ୍ତ ଜରୁରୀ। କୌଣସି କାରଣରୁ ଗତବର୍ଷ ଭଳି ଆସନ୍ତା ବର୍ଷ ବୋର୍ଡ ପରୀକ୍ଷା ନ ହୋଇ ପାରିଲେ ତେବେ ସେ କ୍ଷେତ୍ରରେ ଏହି ପରୀକ୍ଷା ଅଙ୍କକୁ ଭିତ୍ତିକରି ବିଦ୍ୟାର୍ଥୀଙ୍କୁ ନମ୍ବର ଦିଆଯିବ ବୋଲି ସେ କହିଛନ୍ତି।

ଦ୍ବିତୀୟ ଲହର ସ୍ଥିତିରେ ସୁଧାର ଆସିବା ପରେ ସରକାର ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ କରିଥିଲେ। ପ୍ରତି ବିଷୟ ଉପରେ ସମେଟିଭ୍ ଆସେସ୍‌ମେଣ୍ଟ ପରୀକ୍ଷା କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି ଆଧାରରେ ଆସନ୍ତା ବର୍ଷ ଜାନୁଆରୀ ୫ରୁ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନ ପରିସ୍ଥିତିରେ ଦେଶରେ ଓମିକ୍ରନ ସଂକ୍ରମଣ ବଢ଼ୁଥିବାରୁ ଆଗକୁ ପରିସ୍ଥିତି କେଉଁ ମୋଡ଼ ନେବ ତାକୁ ନେଇ ବିଭାଗ, ବିଦ୍ୟାର୍ଥୀ ଏବଂ ଅଭିଭାବକ ଚିନ୍ତାରେ। ଏହି ପରିପ୍ରେକ୍ଷୀରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ, ଯେଉଁ ପର୍ଯ୍ୟନ୍ତ ପିଲାଙ୍କ ପାଠପଢା ହୋଇଛି ତା’ରି ଭିତରୁ ପ୍ରଶ୍ନପତ୍ର ଆସିବ। ବିଦ୍ୟାଳୟଗୁଡ଼ିକରେ କଟକଣା ଭିତରେ ପାଠପଢ଼ା ଯାଉଛି। ସରକାର ଏଥିପ୍ରତି ପଦକ୍ଷେପ ନେଇଛନ୍ତି। ସମସ୍ତ ବିଦ୍ୟାଳୟକୁ ସତର୍କ କରାଯାଇଛି। ପୁରୁଣା ନିୟମାବଳୀ (ଏସ୍‌ଓପି)କୁ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ନୋଡାଲ ଅଧିକାରୀମାନେ ବିଦ୍ୟାଳୟ ଉପରେ ନଜର ରଖିଛନ୍ତି। ବିଭାଗ ସହିତ ନୋଡାଲ ଅଧିକାରୀ ଯୋଗାଯୋଗରେ ଅଛନ୍ତି।

- Advertisement -

ଜିଲା ଶିକ୍ଷାଧିକାରୀ (ଡିଇଓ)ଙ୍କ ସହିତ ବିଭାଗ ନିୟମିତ ଭାବେ ବୈଠକ କରୁଛି। ବର୍ତ୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କିଛି ନୂଆ ଏସଓପି ଆସିନାହିଁ। ପ୍ରଥମରୁ ପଞ୍ଚମ ଶ୍ରେଣୀ ବିଦ୍ୟାଳୟ ଖୋଲିବା ଉପରେ କିଛି ନିଷ୍ପତ୍ତି ନିଆଯାଇ ନ ଥିବା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ବୋର୍ଡ ପରୀକ୍ଷା ପରି ସମେଟିଭ୍ ଆସେସ୍‌ମେଣ୍ଟ ପରୀକ୍ଷା ପାଇଁ ପରିଷଦ ବାହାର ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରିଛି। ପ୍ରାୟ ୫ରୁ ୧୦ କିମି ଭିତରେ ଥିବା ବିଦ୍ୟାଳୟଗୁଡିକରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଜାନୁଆରୀ ୫, ୬ ,୭ ଏବଂ ୮ରେ ପରୀକ୍ଷା ଅନୁଷ୍ଠିତ ହେବ। ଦୈନିକ ଦୁଇଟି ସୋପାନରେ ପରୀକ୍ଷା ଦେବେ ବିଦ୍ୟାର୍ଥୀ।
ପ୍ରଥମ ସୋପାନ ପୂର୍ବାହ୍ନ ୧୦ରୁ ୧୧ଟା ପର୍ଯ୍ୟନ୍ତ ଓ ଦ୍ବିତୀୟ ସୋପାନ ପରୀକ୍ଷା ମଧ୍ୟାହ୍ଣ ୧୨ରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀ ପ୍ରତି ବିଷୟ ଉପରେ ୫୦ ମାର୍କର ସଂକ୍ଷିପ୍ତ ପରୀକ୍ଷା ଦେବେ। ଗଣିତ ବିଷୟରେ ଛାତ୍ରଛାତ୍ରୀ ଅଧିକ ୧୫ ମିନିଟ ପରୀକ୍ଷା ଦେବେ ବୋଲି ସେ ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories