www.samajalive.in
Monday, December 15, 2025
17.1 C
Bhubaneswar

ଅଧିନାୟକ ବଦଳ ପ୍ରକ୍ରିୟାକୁ ଶାସ୍ତ୍ରୀଙ୍କ ନାପସନ୍ଦ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ ଦଳର ଅଧିନାୟକ ପଦରୁ ବିରାଟ କୋହଲିଙ୍କୁ ହଟାଇ ରୋହିତ ଶର୍ମାଙ୍କୁ ନିଯୁକ୍ତ କରିଥିଲା ବିସିସିଆଇ। ତେବେ ଯେଉଁ ଢଙ୍ଗରେ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ବାଦ୍‌ ଦିଆଗଲା ତାହାକୁ ନାପସନ୍ଦ କରିଛନ୍ତି ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ସୂଚନାଥାଉକି ଟ୍ବେଣ୍ଟି୨୦ ବିଶ୍ବକପ୍‌ ପରେ ଭାରତୀୟ ଟ୍ବେଣ୍ଟି୨୦ ଦଳର ଅଧିନାୟକ ପଦ ଛାଡ଼ିଥିଲେ କୋହଲି। ତେବେ ଏହାର କିଛିଦିନ ପରେ ବିସିସିଆଇ କୋହଲିଙ୍କୁ ଭାରତୀୟ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇ ଦେଇଥିଲା। ଏହାକୁ ନେଇ ବେଶ୍‌ କିଛି ହଟଚମଟ ସୃଷ୍ଟି ହୋଇଥିଲା। କୋହଲି ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖା ଦେଇଥିଲା।

ଏ ସଂପର୍କରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶାସ୍ତ୍ରୀ କହିଥିଲେ ଯେଉଁ ପ୍ରକ୍ରିୟାରେ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ବିସିସିଆଇ ବାଦ୍‌ ଦେଲା ତାହା ଠିକ୍‌ ନୁହେଁ। କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ବାଦ୍‌ ଦେବା ପୂର୍ବରୁ ବିସିସିଆଇ ଅଧିକାରୀମାନେ ତାଙ୍କ ସହ ଆଲୋଚନା କରିଥିଲେ ଭଲ ହୋଇଥାନ୍ତା। ସେ କ୍ରିକେଟ୍‌ ପରିଚାଳନା ସହ ଦୀର୍ଘଦିନ ଧରି ଜଡ଼ିତ, ତେଣୁ କୌଣସି କ୍ରିକେଟର୍‌ଙ୍କୁ ହଠାତ୍‌ ଅଧିନାୟକ ପଦରୁ ବାଦ୍ ଦିଆଯିବା ଭଲ ପରମ୍ପରା ନୁହେଁ ବୋଲି ଶାସ୍ତ୍ରୀ ସ୍ପଷ୍ଟ କରି ଦେଇଛନ୍ତି। ଆଲୋଚନା ମାଧ୍ୟମରେ ଅଧିନାୟକ ବଦଳ କରାଯାଇଥିଲେ ଉଚିତ୍‌ ହୋଇଥାନ୍ତା ବୋଲି ଶାସ୍ତ୍ରୀ କହିଛନ୍ତି।

- Advertisement -

ଦିନିକିଆ ଦଳର ଅଧିନାୟକ ପଦରୁ ବାଦ୍ ପଡ଼ିବା ନେଇ କୋହଲି ନିଜ ପକ୍ଷ ରଖି ସାରିଥିବା ବେଳେ ବିସିସିଆଇ ପଦାଧିକାରୀମାନେ ସ୍ପଷ୍ଟୀକରଣ ଦେବା ଉଚିତ୍‌ ବୋଲି ଶାସ୍ତ୍ରୀ କହିଛନ୍ତି। ସତ କ’ଣ ତାହା ସମସ୍ତେ ଜାଣିବା ଉଚିତ୍‌ ବୋଲି ଶାସ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ରୋହିତ ଶର୍ମା ଉଭୟ ଟ୍ବେଣ୍ଟି୨୦ ଓ ଦିନିକିଆ ଦଳର ଅଧିନାୟକ ଭାବେ ଦାୟିତ୍ବ ନିର୍ବାହ କରିବା ଯୁକ୍ତିଯୁକ୍ତ ବୋଲି ଶାସ୍ତ୍ରୀ ମତ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories