www.samajalive.in
Sunday, December 14, 2025
26.1 C
Bhubaneswar

ସମସ୍ତ ପ୍ରକାର କ୍ରିକେଟରୁ ହରଭଜନଙ୍କ ଅବସର

ଚଣ୍ଡିଗଡ଼: ଆଉ କ୍ରିକେଟ ପଡିଆରେ ଦେଖିବାକୁ ମିଳିବନି ଭାରତର ତାରକା ଅଫ ସ୍ପିନର ହରଭଜନ ସିଂହଙ୍କ ଯାଦୁ। ଟର୍ବୋନେଟର ଭାବେ ଜଣାଶୁଣା ୪୧ ବର୍ଷୀୟ ହରଭଜନ ସିଂହ ଶୁକ୍ରବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଟ୍ବିଟ୍‌ ଯୋଗେ କ୍ରିକେଟରୁ ଅବସର ନେଇଥିବା ସୂଚନା ଦେଇଛନ୍ତି। ୨୩ ବର୍ଷ ଧରି ଭାରତୀୟ କ୍ରିକେଟ ଦଳ ପାଇଁ ଖେଳିଥିବା ହରଭଜନ ମୋଟ ୭୧୧ଟି ୱିକେଟ ନେଇଛନ୍ତି। ସେ ୨୦୦୭ ଟ୍ବେଣ୍ଟି୨୦ ଓ ୨୦୧୧ ଦିନିକିଆ ବିଶ୍ବକପ ବିଜୟୀ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଥିଲେ। କ୍ରିକେଟରୁ ଅବସର ଘୋଷଣା ପରେ ହରଭଜନ ରାଜନୀତି କରିବା ନେଇ ଚର୍ଚ୍ଚା ହେଉଛି। ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ହରଭଜନ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଟ୍ବିଟରରେ ଅବସର ଘୋଷଣା କରି ହରଭଜନ ଲେଖିଛନ୍ତି ଯେ, ସମସ୍ତ ଭଲ ଜିନିଷ ସମାପ୍ତ ହୋଇଛି ଏବଂ ଆଜି ମୁଁ କ୍ରୀଡ଼ାକୁ ବିଦାୟ ଦେଉଛି। ଯାହା ମୋତେ ଜୀବନରେ ସବୁକିଛି ଦେଇଛି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହଁୁଛି :ଯେଉଁମାନେ ୨୩ ବର୍ଷର ଏହି ଯାତ୍ରାରେ ମୋତେ ସହଯୋଗ କରିଛନ୍ତି। ସୁନ୍ଦର ଏବଂ ସ୍ମରଣୀୟ। ଆପଣଙ୍କୁ ଧନ୍ୟବାଦ ବୋଲି ହରଭଜନ ଟ୍ବିଟରରେ ଲେଖିଛନ୍ତି। ଭାରତୀୟ ଦଳ ପାଇଁ ଦୁଇଟି ବିଶ୍ବକପ ଜିତିଥିବା ହରଭଜନଙ୍କୁ ପ୍ରାୟ ୧୦ ବର୍ଷ ପୂର୍ବେ ପଞ୍ଜାବ ପୁଲିସ ପକ୍ଷରୁ ଡିଏସ୍‌ପି ପଦ ପ୍ରଦାନ କରାଯାଇଥିଲା। ୧୯୯୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୧୭ ବର୍ଷ ବୟସରେ ହରଭଜନ ଟେଷ୍ଟ ପଦାର୍ପଣ କରିଥିଲେ। ମାତ୍ର ଦୁଇବର୍ଷ ମଧ୍ୟରେ ସେ ଭାରତୀୟ ଦଳର ଜଣେ ସ୍ଥାୟୀ ସଦସ୍ୟ ପାଲଟି ଯାଇଥିଲେ। ସେ ୧୦୩ଟି ଟେଷ୍ଟ ମ୍ୟାଚ ଖେଳି ୪୧୭ଟି ୱିକେଟ ନେଇଥିଲେ।

ବ୍ୟାଟିଂରେ ମଧ୍ୟ ଦୁଇଟି ଶତକ ସହ ୨୨୩୫ରନ କରିଥିଲେ। ୨୦୦୧ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‌ରେ ୩୨ଟି ୱିକେଟ ନେଇ ହରଭଜନ ଚର୍ଚ୍ଚାକୁ ଆସିଥିଲେ। କଲକାତାର ଇଡେନଗାର୍ଡେନରେ ଖେଳାଯାଇଥିବ​ା ପ୍ରଥମ ଭାରତୀୟ ବୋଲର ଭାବେ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ୍‌ ଅର୍ଜନ କରିବାରେ ସଫଳ ହୋଇଥିଲେ। ସେହିପରି ୨୩୬ଟି ଦିନିକିଆରୁ ୨୬୯ଟି ୱିକେଟ ହାସଲ କରିଛନ୍ତି। ୨୮ଟି ଟ୍ବେଣ୍ଟି୨୦ ମ୍ୟାଚରୁ ୨୫ଟି ୱିକେଟ ନେଇଛନ୍ତି। ଅନୀଲ କୁମ୍ବଲେ ୬୧୯, କପିଲ ଦେବ ୪୩୪, ରବିଚନ୍ଦ୍ରନ ଅଶ୍ବିନ ୪୨୭ ପରେ ହରଭଜନ ଭାରତର ଚତୁର୍ଥ ବୋଲର ଭାବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ନେଇଛନ୍ତି। ୨୦୧୬ରେ ଭାରତ ପାଇଁ ହରଭଜନ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ସେ ଗତ ୫ ବର୍ଷ ଧରି ଦଳରୁ ଦୂରେଇ ଯାଇଥିଲେ। ସେହିପରି ଆଇପିଏଲରେ ମୁମ୍ବଇ ଇଣ୍ଡିଆନ୍ସ, ଚେନ୍ନଇ ସୁପରକିଙ୍ଗ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ପାଇଁ ଖେଳିଥିଲେ। ୨୦୨୧ ଆଇପିଏଲର ପ୍ରଥମ ଚରଣରେ କଲକାତା ନାଇଟ୍‌ ରାଇଡର୍ସ ପାଇଁ ଖେଳିଥିବାବେଳେ ଦ୍ବିତୀୟ ଚରଣରେ ଖେଳିନଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories