www.samajalive.in
Monday, December 15, 2025
15.1 C
Bhubaneswar

ଚିତ୍ତରଞ୍ଜନ ହତ୍ୟା ଘଟଣା: ହତ୍ୟା କରି ନୂଆନଈରେ ଫିଙ୍ଗିଥିଲେ

ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କୁ ନିସ୍ତୁକ ମାଡମାରି ହତ୍ୟାପରେ ନୂଆନଈରେ ଫିଙ୍ଗିଥିଲେ ଦୁର୍ବୃତ୍ତ। ହତ୍ୟା ଷଡ଼ଯନ୍ତ୍ର ଏବଂ ହତ୍ୟା ଅଭିଯୋଗରେ ଅପରାଧ ଶାଖା (କ୍ରାଇମବ୍ରାଞ୍ଚ) ଶୁକ୍ରବାର ଦୁଇଜଣଙ୍କୁ ଗିରଫ କରିଛି। ଆଉକିଛି ବ୍ୟକ୍ତି ଏହି ଘଟଣାରେ ସଂପୃକ୍ତଥିବା କ୍ରାଇମବ୍ରାଞ୍ଚ ଡିଏସ୍‌ପି ଶିଶିର କୁମାର ମିଶ୍ର ପ୍ରକାଶ କରିଛନ୍ତି। ସଦର ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମର ଅଶୋକ କୁମାର ଉପାଧ୍ୟାୟ ଏବଂ ଶାସନ ଦାମୋଦରପୁର ଗ୍ରାମର ଜଗନ୍ନାଥ ଷଡ଼ଙ୍ଗୀଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ୭ଦିନ ରିମାଣ୍ଡରେ ନେବାପାଇଁ ଅଦାଲତରେ ଦରଖାସ୍ତ କରାଯାଇଥିବା ସେ କହିଛନ୍ତି। ତଦନ୍ତ ଅବ୍ୟାହତ ରହିଥିବାରୁ ଆଉ ଯେଉଁ ମାନଙ୍କ ସଂପୃକ୍ତି ଜଣାପଡିବ ସେମାନଙ୍କୁ ଗିରଫ କରାଯିବ ବୋଲି ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୩୦୨ (ହତ୍ୟା), ୧୨୦ (ବି) ଅପରାଧ ଷଡ଼ଯନ୍ତ୍ର ଏବଂ ୩୪ (ସଙ୍ଘବଦ୍ଧ ଅପରାଧ) ଦଫାରେ ମୋକଦ୍ଦମା ରୁଜୁ କରାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଲେ ଗତ ୧୧ତାରିଖ ରାତିରେ ଚିତ୍ତରଞ୍ଜନ ନିଖୋଜ ହୋଇଥିଲେ। ୧୨ତାରିଖ ଦିନ ତାଙ୍କ ଦାଦାଙ୍କ ଅଭିଯୋଗକୁ ଭିତ୍ତିକରି ସଦର ଥାନା ପୁଲିସ ଅପହରଣ ମାମଲା ରୁଜୁ କରିଥିଲା। ୧୩ତାରିଖ ସକାଳୁ ନୂଆନଈରୁ ଚିତ୍ତରଞ୍ଜନଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା। ଏହାପରେ ଅପହରଣ ମାମଲାକୁ ହତ୍ୟା ମାମଲାରେ ପରିବର୍ତ୍ତନ କରାଯାଇଥିଲା। ଗତ ୧୫ତାରିଖ ଦିନ ତଦନ୍ତ ଦାୟିତ୍ବ ଅପରାଧ ଶାଖାକୁ ହସ୍ତାନ୍ତର କରାଯାଇଥିଲା। ୫ଜଣ ସନ୍ଦିଗ୍ଧଙ୍କ ମିଛଧରା ପରୀକ୍ଷା କରାଯିବା ସହ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଦଳ ତଥ୍ୟକୁ ଭିତ୍ତିକରି ୨ଜଣଙ୍କୁ ଗିରଫ କରାଯାଇଛି। ମୃତ୍ୟୁପୂର୍ବରୁ ଚିତ୍ତରଞ୍ଜନ ରାତିରେ ଚକ୍ରପଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରକୁ ଯାଇଥିଲେ। ସେଠାରେ ଅଶୋକ ଏବଂ ଜଗନ୍ନାଥ ସହ ତାଙ୍କର ବିବାଦ ହୋଇଥିଲା। ଏହାପରେ ଚିତ୍ତରଞ୍ଜନଙ୍କୁ ମାଡ଼ମାରି ହତ୍ୟା କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି।

- Advertisement -

ଜଣେ ମହିଳାଙ୍କୁ ନେଇ ବିବାଦ ଓ ହତ୍ୟାକାଣ୍ଡ ଘଟିଥିବା ଡିଏସ୍‌ପି ଶ୍ରୀ ମିଶ୍ର କହିଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଦଳ ମୃତ ଚିତ୍ତରଞ୍ଜନଙ୍କ ଗ୍ରାମ ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାନବନ୍ଧକେରା, ପୁରୀ ସଦର ଥାନା ଅନ୍ତର୍ଗତ ଗଡ଼ମୃଗଶିରା ନଦୀବନ୍ଧ ଏବଂ ଚକ୍ରପଡା ଗ୍ରାମକୁ ଯାଇ ଅନେକ ତଥ୍ୟ ହାସଲ କରିଥିବା ସେ କହିଛନ୍ତି। ଦୁର୍ଘଟଣା‌ ପରେ ପାଣିରେ ବୁଡି ଚିତ୍ତରଞ୍ଜନଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଡାକ୍ତର ଉଲେଖ କରିଥିଲେ। କ୍ରାଇମବ୍ରାଞ୍ଚ ବାସେଳୀସାହି ଥାନାରେ ଅଟକ ରଖିଥିବା ତିନି ଯୁବକଙ୍କ ମଧ୍ୟରେ ଦୁଇଜଣ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଥିବା ଆଶଙ୍କା କରାଯାଉଛି। ଏହାଛଡା ଚିତ୍ତରଞ୍ଜନଙ୍କ ପରିବାର ଦେଇଥିବା ବୟାନଙ୍କୁ ଭିତ୍ତିକରି କ୍ରାଇମବ୍ରାଞ୍ଚ ଅନ୍ୟଜଣେ ଯୁବକଙ୍କୁ ଧରିନେଇ ପଚରାଉଚରା ଚଳାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ସବ୍‌ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟ ୧୪ଦିନ ପାଇଁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories