www.samajalive.in
Wednesday, December 10, 2025
15.1 C
Bhubaneswar

ଗାଇଡ ଓ ସ୍କାଉଟ୍ ମାନଙ୍କ ଦ୍ଵାରା ମୁଖ୍ୟ ସେନାଧ୍ୟକ୍ଷଙ୍କ ସହ ୧୩ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଟୋପ ପଞ୍ଚାୟତ ହାଇସ୍କୁଲ ରେ ଗାଇଡ କ୍ୟାପଟେନ ଅନୁସୂୟା ଦେବତାଙ୍କ ତତ୍ବାବଧାନରେ ରାଣୀ ଲକ୍ଷ୍ମୀବାଇ ଗାଇଡ କମ୍ପାନୀର ଗାଇଡ ତଥା ସୁବାସ ବୋଷ ସ୍କାଉଟ୍ ଗ୍ରୁପ ର ସ୍କାଉଟ୍ ମାନଙ୍କୁ ନେଇ ମୁଖ୍ୟ ସେନାଧ୍ୟକ୍ଷ ବିପିନ ରାୱତ୍ ଙ୍କ ସହ ୧୩ ଯବାନ ମାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ଦେବରାଜ ବେହେରା ଦୀପ ପ୍ରଜ୍ବଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସମସ୍ତ ଗାଇଡ ଓ ସ୍କାଉଟ୍ ଶ୍ରଦ୍ଧ।ସୁମନ ଅର୍ପଣ କରିଥିଲେ। ଦେଶ ପାଇଁ ଲଢେଇ କରୁଥିବା ଏହି ଯବାନ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ସ୍କାଉଟ୍ ସେଲୁଟ ସହ ବିଭିନ୍ନ ଭଙ୍ଗୀରେ ଦେଶର ବୀର ଯବାନ ମାନଙ୍କ ଅମର ଆତ୍ମାକୁ ସମ୍ମାନ ଜଣାଇଥିଲେ। ଏହା ପରେ ଗାଇଡ କ୍ୟାପଟେନ ଅନୁସୂୟା ଦେବତା ବିପିନ ରାୱତ୍ ଙ୍କ ଜୀବନୀ ,ଦେଶ ପାଇଁ ତାଙ୍କର ଅବଦାନ,ସାହସିକତା ଆଦି ଉପରେ ଆଲୋକପାତ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରକୃତି ବନ୍ଧୁ ବାଳମୁକୁନ୍ଦ ସାହୁ,ଶିକ୍ଷକ ଲଳିତ କୁମାର ଗଡତିଆ , ସୁଧୀର ରଥ, ଶିକ୍ଷୟିତ୍ରୀ ସୂଚେତା ମିଶ୍ର ,କର୍ମଚାରୀ ରାମପ୍ରସାଦ ଭୋଇ,କୃଷ୍ଣଚନ୍ଦ୍ର ବାରିକ୍ ଓ ଭଗବାନ ଛଚାନ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସ୍କାଉଟ୍ ମାଷ୍ଟର ପ୍ରମୋଦ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories