www.samajalive.in
Monday, December 15, 2025
15.1 C
Bhubaneswar

୨୦୨୧ରେ ନୂଆ ରୂପରେ ଆସିଲା ଏହି ଲୋକପ୍ରିୟ ଟେଲି ଧାରାବାହିକ

l ୨୦୦୯ରେ ଆରମ୍ଭ ହୋଇଥିବା ଧାରାବାହିକ ‘ପବିତ୍ର ରିସ୍ତା’ ବେଶ୍‌ ଲୋକପ୍ରିୟତା ହାସଲ କରିପାରିଥିଲା। ଏହାର ଦୁଇ ପ୍ରମୁଖ ଚରିତ୍ର ମାନବ-ଅର୍ଚ୍ଚନା ଥିଲେ ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣ। ଏଥିରେ ବେଶ୍ ସୁନ୍ଦର ଅଭିନୟ କରିଥିଲେ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଏବଂ ଅଙ୍କିତା ଲୋଖଣ୍ଡେ। ଏହି କାର୍ଯ୍ୟକ୍ରମରୁ ଲୋକପ୍ରିୟତା ପାଇ ସୁଶାନ୍ତ ସିନେଜଗତରେ ପ୍ରବେଶ କଲେ। ୨୦୨୦ରେ ସୁଶାନ୍ତଙ୍କ ଅକାଳ ମୃତ୍ୟୁ ପରେ ପୁଣି ‘ପବିତ୍ର ରିସ୍ତା’ ଚର୍ଚ୍ଚା ପରିସରକୁ ଆସିଲା। ପ୍ରଯୋଜକ ଏକତା କପୁର ଘୋଷଣା କଲେ ଖୁବ୍ ଶୀଘ୍ର ସୁଶାନ୍ତଙ୍କ ସ୍ମୃତିରେ ସେ ଏହାର ଦ୍ବିତୀୟ ଭାଗ କାମ ଆରମ୍ଭ କରିବେ। ଚଳିତ ବର୍ଷ ସେପ୍ଟେମ୍ବରରୁ ‘ପବିତ୍ରରିସ୍ତା ସିଜନ୍-୨’ର ପ୍ରସାରଣ ଆରମ୍ଭ ହୋଇଛି। ଏହାର ମୁଖ୍ୟ ଚରିତ୍ରରେ ଅଙ୍କିତା ଲୋଖଣ୍ଡେ ଓ ଶାହିର୍ ଶେଖ୍ ଅଭିନୟ କରିଛନ୍ତି। ପ୍ରଥମ ଭାଗ ଶେଷ ହେବାର ୭ବର୍ଷ ପରେ କେବଳ ସୁଶାନ୍ତଙ୍କ ସ୍ମୃତିରେ ଦ୍ବିତୀୟ ଭାଗର ଶୁଭାରମ୍ଭ କରାଯାଇଛି।

l ଅନ୍ୟ ଏକ କାର୍ଯ୍ୟକ୍ରମ ‘ବାଳିକା ବଧୂ’ର ଦ୍ବିତୀୟ ଭାଗର ପ୍ରସାରଣ ମଧ୍ୟ ୫ ବର୍ଷ ପରେ ଆରମ୍ଭ ହୋଇଛି। ଏଥର ମୁଖ୍ୟ ଭୂମିକାରେ ଶିବାଙ୍ଗୀ ଯୋଶୀ (ଆନନ୍ଦୀ) ଓ ରଣଦୀପ ରାୟ (ଆନନ୍ଦ) ଅଭିନୟ କରୁଛନ୍ତି। ଧାରାବାହିକର ଲୋକପ୍ରିୟ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ (ଆନନ୍ଦି), ସିଦ୍ଧାର୍ଥ ଶୁକ୍ଳା (ଶିବରାଜ) ଏବଂ ସୁରେଖା ସିକ୍ରି (ଦାଦି ସା’)ଙ୍କର ପରଲୋକ ହୋଇଯାଇଛି। ତଥାପି ପ୍ରଶଂସକ ଏମାନଙ୍କୁ ବହୁତ ମନେପକାଉଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories