www.samajalive.in
Sunday, December 7, 2025
23.1 C
Bhubaneswar

ଏବେ ଚାଷୀଙ୍କ ଧାନ କିଣିବେ ବଜାର ନିୟନ୍ତ୍ରଣ କମିଟିର କର୍ମଚାରୀ

ଝୁମ୍ପୁରା: ଝୁମ୍ପୁରା ବ୍ଲକର ଉଖୁଣ୍ଡାରେ ସୋମବାର ଦିନ ଚମ୍ପୁଆ ବଜାର ନିୟନ୍ତ୍ରଣ କମିଟି ପକ୍ଷରୁ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ମଣ୍ଡିର ଶୁଭାରମ୍ଭ ହୋଇଛି। ଧାନ ମଣ୍ଡିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝୁମ୍ପୁରା ତହସିଲଦାର ପ୍ରତିଭା ପୃଷ୍ଟି ଯୋଗଦାନ କରି ଆନୁଷ୍ଠାନିକ ଭାବେ ନଡିଆ ଭାଙ୍ଗି ସରକାରୀ ଧାନ ମଣ୍ଡିର ଶୁଭାରମ୍ଭ କରିଥିଲେ। ତହସିଲଦାର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସମବାୟ ସମିତିର କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିବାରୁ ସମବାୟ ସମିତିରେ ଧାନ କ୍ରୟ ବର୍ତ୍ତମାନ ହୋଇପାରୁନାହିଁ। ତେଣୁ ଚାଷୀ ମାନେ ଉତ୍ପାଦନ କରିଥିବା ଧାନକୁ ସିଧା ସଳଖ କିଣିବା ପାଇଁ ଚଳିତବର୍ଷ ବଜାର ନିୟନ୍ତ୍ରଣ କମିଟିକୁ ପ୍ରଶାସନ ଦାୟିତ୍ୱ ପ୍ରଦାନ କରିଛନ୍ତି। ଚାଷୀ ମାନେ ଟୋକନ ପାଇ ମଧ୍ୟ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଥିଲେ। କିନ୍ତୁ ଚାଷୀ ମାନଙ୍କ ଧାନ ଏବେ ବଜାର ନିୟନ୍ତ୍ରଣ କମିଟିର କର୍ମଚାରୀମାନେ କ୍ରୟ କରିବେ।

 

- Advertisement -

ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯୋଗାଣ ନିମଗ ଅଧିକାରୀ ମଙ୍ଗଲ ସିଂ, ଚମ୍ପୁଆ ବଜାର ନିୟନ୍ତ୍ରଣ କମିଟି ସଂପାଦକ ଦିଗାମ୍ବର ପ୍ରଧାନ, ଉପ ସହକାରୀ ନିବନ୍ଧକ ସୁଶିଲ କୁମାର ନାଏକ, ବଜାର ନିୟନ୍ତ୍ରଣ କମିଟିର ପରିଦର୍ଶକ ବଗଲ ଚନ୍ଦ୍ର ବେହେରା, ଯୋଗାଣ ଅଧିକାରୀଣୀ ସରିତା ମିର୍ଦ୍ଦା, କୃଷି ଅଧିକାରୀ ଅଶୋକ କୁମାର ମହାନ୍ତ, ବଜାର ନିୟନ୍ତ୍ରଣ କମିଟି ସଦସ୍ୟ ପ୍ରମୋଦ କୁମାର ବାରିକ, କୃଷ୍ଣଚନ୍ଦ୍ର ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଉଖୁଣ୍ଡା ସମବାୟ ସମିତି ଅଧିନରେ ରହିଥିବା ଚାଷୀଙ୍କ ମଧ୍ୟରୁ ୨ ନମ୍ବର ଟୋକନ ପାଇଥିବା ଚାଷୀଙ୍କ ଧାନକୁ ପ୍ରଥମ ଦିନରେ ବଜାର ନିୟନ୍ତ୍ରଣ କମିଟି ପକ୍ଷରୁ କିଣାଯାଇଥିବା ଦେଖିବାକୁ ମିଳିଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories