www.samajalive.in
Monday, December 15, 2025
24.1 C
Bhubaneswar

ପାଟଣା ରେଞ୍ଜରେ ୨୬ ଟିକିଆ ହାତୀପଲଙ୍କ ଉପଦ୍ରବ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ପୁଣି ୨୬ ଟିକିଆ ହାତୀପଲ ପ୍ରବେଶ କରି ବ୍ୟାପକ ଉପଦ୍ରବ ଚଳାଇଛନ୍ତି । ବିଭିନ୍ନ ଗ୍ରାମରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ଏହାସହ କଟାଧାନ ଖାଇବା ସହ ମାଡିଦଳି ନଷ୍ଟ କରିଛନ୍ତି । ଏଥିସହ ଏହି ହାତୀ ପଲ ବିଳମ୍ବିତ ରାତିରେ ରାଜନଗରର ପ୍ରାଚୀନ ରଘୁନାଥ ଜିଉ ମଠ ପାଚେରୀ ଓ ଘର ଭାଙ୍ଗି ଦେଇଛନ୍ତି ।

ସେହିପରି କିମିରଦାପଶି ଗ୍ରାମର ଗୈାରୀ ମହାନ୍ତ ଓ ଭାଲୁପହାଡି ଗ୍ରାମର ଲକ୍ଷ୍ମୀକାନ୍ତି ମହାନ୍ତଙ୍କ ଧାନଖଳାରେ ପଶି କଟାଧାନ ଖାଇଥିବା ସହ ମାଡିଦଳି ନଷ୍ଟ କରିଛନ୍ତି । ଫଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ହାତୀ ଘଉଡାଇବା ପାଇଁ ପାଟଣା ବନ ବିଭାଗ ଓ କେନ୍ଦୁଝର ବନ ବିଭାଗ ଉଦ୍ୟମ ଜାରି ରଖିଛନ୍ତି । ଏହି ହାତୀ ପଲ ଏବେ ପଦ୍ମପୁର ସଂରକ୍ଷିତ ଜଙ୍ଗଲରେ ଥିବା ଜଣାପଡ଼ିଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories