www.samajalive.in
Monday, December 15, 2025
24.1 C
Bhubaneswar

ପ୍ରବଳ ଥଣ୍ଡା ; ରାଜ୍ୟର ଫୁଲବାଣୀ ସବୁଠାରୁ ଥଣ୍ଡା ସହର ; ଦେଶର ଚୁରୁ

ଭୁବନେଶ୍ୱର : ଶୀତ ଚାଦରରେ ସାରା ଓଡିଶା। ଅନେକ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ୧୫ ଡିଗ୍ରୀ ତଳେ ୧୨ ସହରର ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ୭ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଅଧିକ ଥଣ୍ଡା ସହର। ଦାରିଙ୍ଗବାଡି ୭.୫, କୋରାପୁଟ ୭.୫, ସୁନ୍ଦରଗଡ ୯.୫, ଟିଟିଲାଗଡ ୯.୮, ଭବାନୀପାଟଣା ୧୦, ସୋନପୁର ୧୦.୫, କେନ୍ଦୁଝର, ଅନୁଗୁଳ ଓ ବଲାଙ୍ଗୀରରେ ତାପମାତ୍ରା ୧୧ ଡିଗ୍ରୀ। ମାଲକାନଗିରି ୧୧.୫, ଚାନ୍ଦବାଲି ୧୧.୬। ସେହପରି କଟକ ଓ ଭୁବନେଶ୍ୱରରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଶୀତର ପ୍ରକୋପ ଦେଖାଯାଇଛି। ସବୁଠାରୁ ଅଧିକ ଥଣ୍ଡାସ୍ଥାନ ଭାବେ ଚୁରୁର ତାପମାତ୍ରା ରେକର୍ଡ କରାଯାଇଛି। ସକାଳ ୮ଟା ୩୦ ସୁଦ୍ଧା ଏହା – ୧.୧ ରହିଛି। ଫତେପୁର -୩.୩  , ଅମୃତସହର ୦.୧, ଗଙ୍ଗାନଗର ୧.୧, ନାରନଲ୍‍ ୩.୦,ହିସାର ୪.୦, ଦିଲ୍ଲୀର ସଫଦରଜଙ୍ଗ ୬.୦ ରେକର୍ଡ କରାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories