Patra electronics

ମନ୍ଦିର ସମ୍ମୁଖରୁ ମୃତ ଦେହ ଉଦ୍ଧାର

0

ବ୍ରହ୍ମପୁର : ସ୍ଥାନୀୟ ପାଣି ମାହାପୁର ମନ୍ଦିର ସମ୍ମୁଖରେ ସୋମବାର ସକାଳୁ ଜଣେ ବ୍ୟକ୍ତିଙ୍କ  ମୃତ୍ୟୁ  ଘଟିଥିଲା। ସଦର ପୁଲିସ ମୃତଦେହକୁ ଜବତ କରି ପୋଷ୍ଟମୋର୍ଟମ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲ ପଠାଇଛି । ମୃତ ବ୍ୟକ୍ତି ଜଣଙ୍କ ଭଞ୍ଜନଗର ଏଲଆଇସି କଲୋନୀର ରାମଚନ୍ଦ୍ର ଚୋଧୁରୀ ବୋଲି ଜଣାପଡ଼ିଛି । ଵର୍ତ୍ତମାନ  ସେ ପଦ୍ମନଗର ଅଞ୍ଚଳରେ ରହୁଥିଲେ। ସେ ବିଦ୍ୟୁତ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବୋଲି ଜଣାପଡିଛି। ରାମଚନ୍ଦ୍ରଙ୍କର ହୃଦରୋଗ ଜନିତ ସମସ୍ୟା ଥିଲା ବୋଲି ତାଙ୍କ ପତ୍ନୀ କହିଛନ୍ତି ।

Leave A Reply