ତିରୁପତିଙ୍କୁ ସ୍ୱର୍ଣ୍ଣ ନିର୍ମିତ ‘ବରାଡ କଟି ହସ୍ତ’ ଦାନ
ତିରୁପତି: ତିରୁମାଲାଠାରେ ଥିବା ଭେଙ୍କଟଶ୍ୱର ସ୍ୱାମୀ ମନ୍ଦିରକୁ ଜଣେ ଭକ୍ତ ଏକ ଯୋଡା ‘ବରାଡ କଟି ହସ୍ତ’ ଦାନ କରିଛନ୍ତି । ସୁନାରେ ତିଆରି ଏହି କଟି ହସ୍ତରେ ହୀରା ଏବଂ ରୁବି ଭଳି ମୂଲ୍ୟବାନ ପଥର ଖଚିତ କରାଯାଇଛି । ଏହି ଅଳଙ୍କାର ଓଜନ ପ୍ରାୟ ୫.୩ କିଲୋଗ୍ରାମ ଏବଂ ଏହାର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ବୋଲି ଜଣାଯାଇଛି । ତେବେ ଏହା ଦାନ କରିଥିବା ଭକ୍ତ ନିଜ ପରିଚୟ ଗୋପନ ରଖିଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ ବିଭିନ୍ନ ସମୟରେ ଭକ୍ତମାନେ ଭଗବାନ ଭେଙ୍କଟସ୍ୱାମୀଙ୍କ ମନ୍ଦିରରେ ସୁନା, ହୀରା ଭଳି ବହୁ ମୂଲ୍ୟବାନ ପଦାର୍ଥ ଠାରୁ ଆରମ୍ଭ କରି କୋଟି କୋଟି ଟଙ୍କା ଦାନ କରୁଛନ୍ତି ।
Comments are closed.