www.samajalive.in
Sunday, December 7, 2025
14.1 C
Bhubaneswar

ବାଈଶିପଲ୍ଲୀ ଅଭୟାରଣ୍ୟରେ ଠାବହେଲା ବିରଳ କଳା ଚିତାବାଘ

ହରଭଙ୍ଗା : ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ବାଣିଗୋଛା (ପଶ୍ଚିମ)ବନ୍ୟପ୍ରାଣୀ ରେଞ୍ଜର ବାଇଶିପଲ୍ଲୀ ଅଭୟାରଣ୍ୟର ଏକ ଆଭ୍ୟନ୍ତରୀଣ କୋର ଏରିଆ ଅଂଚଳରୁ ଟ୍ରାପ କ୍ୟାମେରା ସାହାଯ୍ୟରେ ଏକ ବିରଳ କଳା ଚିତା ବାଘ ବନ୍ୟପ୍ରାଣୀ ବିଭାଗ ଠାବ କରିଥିବା ସୂଚନା ମିଳିଛି। କଳା ଚିତାବାଘଟିର ବୟସ ୩ ରୁ୪ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ବାଈଶପଲ୍ଲୀ ଅଭୟାରଣ୍ୟ ମଧ୍ୟରେ କଳା ଚିତା ବାଘ ଭଳି ଆଉ ଏକ ବିରଳ ବନ୍ୟପ୍ରାଣୀଙ୍କ ଉପସ୍ଥିତି ପରୋକ୍ଷରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ନିୟମ କଡାକଡି ପାଳନ କରାଯାଉଛି ବୋଲି ଇଙ୍ଗିତ କରୁଛି। ଅନ୍ୟପଟେ ଗତ ଅକ୍ଟୋବର ମାସରେ ତଳଗାଁ ଫରେଷ୍ଟ ରେଞ୍ଜର ଗଣ୍ଡାପାଜୁ ନିକଟସ୍ଥ ହାତୀଧରା ଜଙ୍ଗଲର କମ୍ପାଟମେଂଟ ନମ୍ବର-୧ରେ ବାଘ ଏକ ସମ୍ବର ଶୀକାର କରିଥିବା ନଜରକୁ ଆସିଥିଲା। ଏହାପରେ ଉଭୟ ବନ୍ୟପ୍ରାଣୀ ଏବଂ ବନବିଭାଗ ପକ୍ଷରୁ ଘଟଣାର ସରଜମିନ ତଦନ୍ତ କରାଯାଇଥିଲା। ମାତ୍ର ଘଟଣାସ୍ଥଳରେ କୌଣସି ପାଦ ଚିହ୍ନ ନମିଳିବାରୁ ଏହା ମହାବଳ କିମ୍ବା କଲରାପତରିଆ ବାଘ ସର୍ମ୍ପକରେ ସ୍ପଷ୍ଟ ସୂଚନା ମିଳିନଥିଲା।ବାଘ ଗର୍ଜ୍ଜନ ଯୋଗୁଁ ଅଂଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଥିଲେ। ଏହାପରେ ବନ୍ୟପ୍ରାଣୀ ବିଭାଗ ବାଘର ଗତିବିଧି ଅନୁଧ୍ୟାନ ପାଇଁ ମଧ୍ୟ ସେଠାରେ କ୍ୟାମେରା ଖଞ୍ଜିଥିଲା।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories