www.samajalive.in
Saturday, December 13, 2025
26.1 C
Bhubaneswar

ମାଟି ହାଣ୍ଡି ମାଂସ ତରକାରୀ

ଆବଶ୍ୟକ ସାମଗ୍ରୀ
ମାଂସ – ୫୦୦ ଗ୍ରାମ
ତେଲ – ଆବଶ୍ୟକ ଅନୁଯାୟୀ
ଏକ ବଡ଼ ମାଟି ପାତ୍ର
କଟା ପିଆଜ – ୨ଟି
ଗୋଟା ରସୁଣ – ୪ଟି
ଅଦା ରସୁଣ ବଟା – ଆବଶ୍ୟକ ଅନୁଯାୟୀ
କଟା ଟମାଟୋ – ୧ଟି
ଲୁଣ – ଆବଶ୍ୟକ ଅନୁଯାୟୀ
ଗୋଟା – ଡ଼ାଲଚିନି , ଗୁଜୁରାତି, ଲବଙ୍ଗ, ବଡ଼ ଅଳେଇଚ , ତେଜପତ୍ର
କଟା ଧନିଆ ପତ୍ର – ଅଳ୍ପ
ଗରମ ମସଲା – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଅଳ୍ପ – ଘିଅ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଟନକୁ ଧୋଇ ସେଥିରେ ଅଳ୍ପ ତେଲ , ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ , ଧନିଆ ଗୁଣ୍ଡ, ଅଦା ରସୁଣ ବଟା ଗୋଳାଇ ଏକ ପାତ୍ରରେ ୩୦ ମିନିଟ ରଖି ଦିଅନ୍ତୁ। ଏବେ ଗ୍ୟାସରେ ମାଟି ପାତ୍ର ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସମସ୍ତ ଗୋଟା ମସଲା ଗୁଜୁରାତି , ଡ଼ାଲଚିନି, ଅଳେଇଚ , ତେଜପତ୍ର ପକାନ୍ତୁ। ଏହା ପରେ କଟା ପିଆଜ, ଗୋଟା ରସୁଣ, ଅଦା ରସୁଣ ବଟା , ହଳଦୀ ଗୁଣ୍ଡ , ଲଙ୍କା ଗୁଣ୍ଡ, ଲୁଣ ପକାଇ ଭାଜନ୍ତୁ। ଭାଜିବା ପରେ ପାତ୍ରରେ ରଖିଥିବା ମଟନକୁ ପକାଇ କଷନ୍ତୁ। ଭଲ ଭାବେ କଷି ହେବା ପରେ କଟା ଟମାଟୋ ପକାଇ ପାଣି ଦେଇ ୩୦ ମିନିଟ ଗ୍ୟାସରେ ବସାନ୍ତୁ। ୩୦ ମିନିଟ ପରେ ଗରମ ମସଲା, କଟା ଧନିଆ ପତ୍ର ଅଳ୍ପ ଘିଅ ପକାଇ ୧୦ ମିନିଟ ବସାନ୍ତୁ। ଏହା ପରେ ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories