www.samajalive.in
Sunday, December 14, 2025
17.1 C
Bhubaneswar

ଅତାବିରାରେ ଖରିଫ ଧାନ ସଂଗ୍ରହର ଶୁଭାରମ୍ଭ କଲେ ବିଧାୟିକା

ରେଙ୍ଗାଲିକ୍ୟାମ୍ପ: ଗୁରୁବାର ଠାରୁ ଆରମ୍ଭ ହେଲା ଖରିଫ ଧାନ ସଂଗ୍ରହ। ଜିଲ୍ଲା ପ୍ରଶାସନର ନିୟମ ଅନୁଯାୟୀ ଚଳିତ ଖରିଫ ଫସଲର ଧାନ ସଂଗ୍ରହ କରିବା ପାଇଁ ଅତାବିରା ଆର୍ ଏମ୍ ସି ଅଧିନସ୍ଥ ମାର୍କେଟ ୟାଡ୍ ଓ କ୍ରୟ କେନ୍ଦ୍ର ଗୁଡ଼ିକ ଖୋଲିଛି। ଏହି ଅବସରରେ ସଂପାଦକ ପ୍ରଦୀପ ବେସନଙ୍କ ସଂଯୋଜନା କ୍ରମେ ଆଜିର କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବରଗଡ଼ ଉପ ଜିଲ୍ଲପାଳ ଶୁଭେନ୍ଦୁ ସାମଲ, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ରଜନୀ କାନ୍ତ ଦାଶ, ଜିଲ୍ଲା ସମବାୟ ଉପ ନିବନ୍ଧକ ଭକ୍ତ ବନ୍ଧୁ ସାହୁ, ଏ ଆର୍ ସି ଏସ ଗଜିନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଯୋଗାଣ ନିରୀକ୍ଷକ ରଞ୍ଜନ ନାୟକ, ସମବାୟ ସମ୍ପ୍ରସାରଣ ଅଧିକାରୀ ସରୋଜ ମେହେର, ଆର୍ ଏମ୍ ସି ଉପାଧ୍ୟକ୍ଷ ସୁଦାମ ଜାଲ, ପେଷ୍କ ସଂପାଦକ କ୍ଷୀରୋଦ ଚନ୍ଦ୍ର ସାହୁ, ୟାର୍ଡ ଇନ୍ଚାର୍ଜ ଅଜୟ ବେହେରା, ଗୋପୀନାଥ ନାୟାର ସମେତ କମିଟି ନିର୍ଦ୍ଦେଶକ,ସ୍ଵୟଂ ସହାୟକ ଗୋଷ୍ଟି, ଆର୍ ଏମ୍ ସି,ପେସ୍କ କର୍ମଚାରୀ ଓ ଚାଷୀମାନେ ଉପସ୍ଥିତ ରହିଥିଲେ। ଉପସ୍ଥିତ ଅଧିକାରୀମାନେ ମାର୍କେଟରେ ଥିବା ଯନ୍ତ୍ରପାତିର ପରୀକ୍ଷା ନିରୀକ୍ଷା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories