www.samajalive.in
Sunday, December 14, 2025
15.1 C
Bhubaneswar

ଏନ୍ଏସିର ବିକାଶ ପାଇଁ ୩ କୋଟି ୨୧ ଲକ୍ଷ ଟଙ୍କା ମଞ୍ଜୁର

ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲ୍ଲା ଅତାବିରା ଏନ୍ଏସିର ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପାଲ ମୋନିଶା ବାନାର୍ଜୀଙ୍କ ଉପସ୍ଥିତିରେ ଗତ ୧୭ତାରିଖ ବରଗଡ଼ ଓସ୍ୱାନ ଭବନ ଠାରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଭର୍ଚୁଆଲ ମାଧ୍ୟମରେ ଫାଇବ ଟି ସଚିବ ଭି କେ ପାଣ୍ଡିୟନଙ୍କୁ ଦେଇଥିବା ପ୍ରସ୍ତାବଗୁଡିକର ମଞ୍ଜୁରୀ ପ୍ରାପ୍ତ ସୂଚନାକୁ ନେଇ ଆଜି ଅତାବିରା ଏନ୍ଏସି ସ୍ଥିତ ରଣେଶ୍ୱର୍ ରାମଚଣ୍ଡୀ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଏନଏସି ଉପାଧ୍ୟକ୍ଷା ଜ୍ୟୋତିର୍ମୟୀ ଦାଶ, କାଉଁସିଲର ଆରତୀ ନାଏକ, ସନ୍ତୋଷିନି ମକ୍ୱାନା, ଗୁନିଆ ସାହୁ, ଏନ୍ଏସି ଯୁବ ସଭାପତି ସିର୍ଦ୍ଧାଥ ଶଙ୍କର ପଣ୍ଡା ଓ ଏନଏସି ସଭାପତି ଯତୀନ ଦାଶ ମଞ୍ଚାସିନ ଥିଲେ।

ଏହି ମୁକ୍ତା ଯୋଜନାରେ ଅତାବିରା ଏନ୍ ଏସି ପାଇଁ ୩ କୋଟି ୨୧ ଲକ୍ଷ ଟଙ୍କା ମଞ୍ଜୁରୀ ପ୍ରାପ୍ତ ହୋଇଛି। ଏହି ମଞ୍ଜୁରୀ ଅନୁଦାନରୁ ପ୍ରସ୍ତାବିତ ପ୍ରକଳ୍ପ ୫ଟି କ୍ଷୁଦ୍ର ଉଦ୍ୟାନ ପାଇଁ ୩୧ଲକ୍ଷ, ୩ଟି ପବ୍ଲିକ ଜିମ୍ ପାଇଁ ୧୩ଲକ୍ଷ,୧୭ଟି ଚାଲିବା ରାସ୍ତା ପାଇଁ ୫୬ଲକ୍ଷ, ୩ଟି ଖେଳ ପଡିଆ ପାଇଁ ୮ଲକ୍ଷ, ୪ଟି ଶୌଚାଳୟ ପାଇଁ ୧୧ଲକ୍ଷ, ୨ଟି ରାସ୍ତା କଡ଼ ବିକ୍ରୟ ସ୍ଥଳୀ ପାଇଁ ୨୯ଲକ୍ଷ, ୮ଟି ରାସ୍ତା ଓ ଡ୍ରେନ ପାଇଁ ୧କୋଟି ୧୪ଲକ୍ଷ, ୪ଟି ରାସ୍ତା ପାଇଁ ୫୯ଲକ୍ଷ ସମୁଦାୟ ୪୬ଗୋଟି ପ୍ରକଳ୍ପ ମଞ୍ଜୁରୀ ପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ଯାହା ୱାର୍ଡ ନଂ ୩ ପରମାଣପୁର କେନାଲରୁ କେନାଲ ପଡ଼ା ୧୧ଲକ୍ଷ, ଗଣେଶ ନଗର ୱାର୍ଡ ୧୦ ରାସ୍ତା ପାଇଁ ୮ଲକ୍ଷ, ୱାର୍ଡ ନଂ ୧୧ ରେଙ୍ଗାଲି ପାଲି ସ୍କୁଲ ରୁ ଶ୍ମଶାନ ଘାଟ ରାସ୍ତା ପାଇଁ ୨୦ଲକ୍ଷ, ୱାର୍ଡ ନଂ ୧୨ ମହନ୍ ଟିକ୍ରାରୁ କାଣ୍ଡପାଲି ରାସ୍ତା ୨୦ଲକ୍ଷ, ୱାର୍ଡ ନଂ ୧ ସୁକୁମାର ଘର ଡନ୍ ବସ୍କୋ ସ୍କୁଲ ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ୮ଲକ୍ଷ, ୱାର୍ଡ ୪ ଦୂର୍ଗା ମନ୍ଦିରରୁ ଶିବ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ପାଇଁ ୧୫ଲକ୍ଷ, ୱାର୍ଡ ନଂ ୩ ଭାଲୁପାଲି ନାଳିଆରୁ ସମଲେଇ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ପାଇଁ ୧୮ଲକ୍ଷ, ୱାର୍ଡ ୪ ମହାନ୍ତି ଘରରୁ ପାର୍ବତୀ ମନ୍ଦିର ରାସ୍ତା ଓ ଡ୍ରେନ ପାଇଁ ୧୫ଲକ୍ଷ, ୱାର୍ଡ ନଂ ୫ ଝାର ବନ୍ଦ ଟିକ୍ରା ହରିଜନ ପଡ଼ାରୁ ଝାଉଁ ଜୋର୍ ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ପାଇଁ ୧୯ଲକ୍ଷ, ୱାର୍ଡ ନଂ ୮ ବୈମାନ ଟିକ୍ରା ଡ୍ରେନ ପାଇଁ ୧୦ଲକ୍ଷ, ରେଙ୍ଗାଲି ପାଲି କଲଭଟରୁ ରୁଗୁଡ଼ି ପଡ଼ା ରାସ୍ତା ଓ ଡ୍ରେନ ପାଇଁ ୧୦ଲକ୍ଷ ଓ ୱାର୍ଡ ନଂ ୧୨ ବନବସ ଘର ଠାରୁ ନଲିଆ ପର୍ଯ୍ୟନ୍ତ ଡ୍ରେନ ପାଇଁ ୧୯ଲକ୍ଷ ଟଙ୍କା ମଞ୍ଜୁରୀ ହୋଇ ଆସନ୍ତା ୭ଦିନ ମଧ୍ୟରେ ଟେଣ୍ଡର ନେବାରେ ପ୍ରସ୍ତାବ ଦିଆଯାଇ କାର୍ଯ୍ୟ ଗୁଡ଼ିକୁ ସଂପାଦନ କରାଯିବ ବୋଲି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ଗୁଡ଼ିକୁ ଅନୁମୋଦନ କରିଥିବାରୁ ଅତାବିରା ଏନ୍ ଏସି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories