www.samajalive.in
Sunday, December 14, 2025
26.1 C
Bhubaneswar

ଗାନ୍ଧି ମହାବିଦ୍ୟାଳୟରେ ସାମ୍ପ୍ରଦାୟିକ ସଦ୍‌ଭାବ ଅଭିଯାନ ସପ୍ତାହ ପାଳିତ

ସାରନଗରୀ: ଦେଓଗାଁସ୍ଥିତ ଗାନ୍ଧୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଗୌର ଚନ୍ଦ୍ର ବେହେରା ଓ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଅଶୋକ ବେଉରାଙ୍କ ତତ୍ୱାବଧାନରେ ସାମ୍ପ୍ରଦାୟିକ ସଦ୍‌ଭାବ ଅଭିଯାନ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ସଂଯୋଜିକା ଡଃ ଯାଜ୍ଞସେନି ଛତ୍ରିଆ, ସହକାରୀ ଅଧିକାରୀ ଅମିତ ଖାଖା ଓ ଅଧ୍ୟାପକ ପ୍ରତାପ ମହାଳିକଙ୍କ ସହଯୋଗରେ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରବନ୍ଧ, ଚିତ୍ରାଙ୍କନ, ବକ୍ତୃତା ଆଦି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲ।। ଏହା ସହ ଏନ.ସି.ସି ଛାତ୍ରଛାତ୍ରୀଙ୍କୁ ନେଇ ଏକ ରାଲିର ଆୟୋଜନ କରାଯାଇଥିଲ।। ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକାମାନେ ସାମ୍ପ୍ରଦାୟିକ ସଦ୍‌ଭାବନା ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ।

ଉଦ୍‌ଯାପନୀ ର୍ଦିବସରେ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ଯେଉଁଥିରେ ଡ଼ଃ ଛତ୍ରିଆଙ୍କ ସଂଯୋଜନାରେ ଅଶୋକ ବେଉରା ସଭାର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟବକ୍ତା ଭାବରେ ମନସ୍ତତ୍ୱ ବିଭାଗର ପ୍ରଧ୍ୟାପକ ଲଳିତ ମୋହନ ଷଢଙ୍ଗୀ, ସମ୍ମାନୀତ ଅତିଥି ଭାବରେଡ ଡ଼ଃ ଚନ୍ଦ୍ରିକା ପଟ୍ଟନାୟକ, ଡ଼ଃ ନମିତା ରଥ,ଏସ.ଏସ.ରେହମାନ ଯୋଗ ଦେଇଥିଲେ। ଅଧ୍ୟାପକ ପ୍ରତାପ ମହାଳିକ ନିଜର ଆଲେଖ୍ୟ ପ୍ରସ୍ତୁତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡ଼ଃ ସୁରେନ୍ଦ୍ର ବେହେରା, ଅର୍ପିତା ମହାପାତ୍ର, ସୁଜାତା ହୋତା, ବବିତା ଟୁଡ଼ୁ, ଜୟଶ୍ରୀ ଲାକ୍ରା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଅମିତ ଖାଖା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories