www.samajalive.in
Sunday, December 7, 2025
14.1 C
Bhubaneswar

ସାମ୍ନାକୁ ଆସିଲା ‘ଭେଡ଼ିୟା’ର ପ୍ରଥମ ଲୁକ୍‌: ଭୟାନକ ଅବତାରରେ ବରୁଣ

ମୁମ୍ବଇ: ବରୁଣ ଧାୱନ-କୃତି ସାନୋନ ଅଭିନୀତ ଚଳଚ୍ଚିତ୍ର ‘ଭେଡ଼ିୟା’ର ପ୍ରଥମ ଲୁକ୍‌ ଗୁରୁବାର ସାମ୍ନାକୁ ଆସିଛି। ସାମାଜିକ ଗଣମାଧ୍ୟମରେ ବରୁଣ ଚଳଚ୍ଚିତ୍ରର ପ୍ରଥମ ଲୁକ୍‌ ଶେୟାର କରିଛନ୍ତି। ଏହାପୂର୍ବରୁ ଗତକାଲି ସେ ଫିଲ୍ମର ମୋଶନ ପୋଷ୍ଟର ଶେୟାର କରିଥିଲେ ଏବଂ ଗୁରୁବାର ଏହାର ପ୍ରଥମ ଲୁକ୍‌ ଜାରି କରାଯିବ ବୋଲି ମଧ୍ୟ ସୂଚନା ଦେଇଥିଲେ। ଏଥିରେ ବରୁଣଙ୍କର ଏକ ଭିନ୍ନ ଅବତାର ଦେଖିବାକୁ ମିଳିଛି।


ଫିଲ୍ମର ପ୍ରଥମ ଲୁକ୍‌ରେ ବରୁଣ ବହୁତ ଭୟାନକ ରୂପରେ ନଜର ଆସିଛନ୍ତି। ଅନ୍ଧାରରେ ଚମକୁଥିବା ଆଖି ଓ ବିରାଟକାୟ କ୍ରୋଧ ଜର୍ଜରିତ ମୁହଁ। ଏହା ଏକ ହରର୍‌-କମେଡ଼ି ଭିତ୍ତିକ ଚଳଚ୍ଚିତ୍ର, ଯେଉଁଥିରେ ବରୁଣ ସାମରିକ ଅଧିକାରୀ କ୍ଷେତ୍ରପାଲ ଭୂମିକାରେ ଲୋକଙ୍କ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ଶୁଟିଂ ଅରୁଣାଞ୍ଚଳ ପ୍ରଦେଶର ଘଞ୍ଚ ଅରଣ୍ୟରେ କରାଯାଇଛି। ବରୁଣ-କୃତିଙ୍କ ବ୍ୟତୀତ ଦୀପକ ଡୋବରିୟାଲ ଓ ଅଭିଷେକ ବାନାର୍ଜୀ ମଧ୍ୟ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ ହୋଇଛନ୍ତି। ଅମର କୌଶିକ ନିର୍ଦେଶିତ ‘ଭେଡ଼ିୟା’ ୨୫ ନଭେମ୍ବର ୨୦୨୨ରେ ମୁକ୍ତିଲାଭ କରିବ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories