ଗୋଟିଏ ଜୁଇରେ ଜଳିଲେ ସ୍ଵାମୀସ୍ତ୍ରୀ
ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଭୋଇପୁରା ଗ୍ରାମରେ ଅଭାବନୀୟ ପରିସ୍ଥିତି ଦେଖାଦେଇଛି। ସ୍ବାମୀ ଓ ସ୍ତ୍ରୀଙ୍କ ଜୁଇ ଗୋଟିଏ ଚିତାରେ ଜଳିଛ। ପତିଙ୍କର ମୃତ୍ୟୁର ପରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ଉଭୟଙ୍କୁ ଗୋଟିଏ ଜୁଇରେ ଅନ୍ତିମ ସଂସ୍କାର କରାଯାଇଥିଲା।
ଗ୍ରାମର ଆଦର୍ଶ ବିଦ୍ୟାଳୟ ପାଖରେ ରହୁଥିଲେ ପେଙ୍କେ ରାଜୁ ଓରଫ କେଦାର (୫୪)। ସେ ଠିକାଦାର କାମ କରୁଥିଲେ। ଗତ ମଙ୍ଗଳବାର ସନ୍ଧ୍ୟାରେ ଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କ ଝିଅ ସତ୍ୟସାଇ ମିସ୍ତ୍ରୀମାନଙ୍କୁ ଖବର ଦେଇ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ । ଚିକତ୍ସିତ ଅବସ୍ଥାରେ ବୁଧବାର ଦିନ୧୨ ଟା ୩୦ ମିନିଟରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ ଶରୀରକୁ ନେଇ ସମସ୍ତେ ଘରକୁ ଫେରିଥିଲେ। ତାଙ୍କର ମୃତ୍ୟୁ ପରେ ଆନ୍ଧ୍ରପ୍ରଦେଶରେ ଥିବା ତାଙ୍କର ଭାଇଙ୍କ ଆସିବା ପରେ ତାଙ୍କର ମୃତଦେହ ସତ୍କାର ପାଇଁ ଅପେକ୍ଷା କରିଥିଲେ। ରାଜୁଙ୍କ ସ୍ତ୍ରୀ ପେଙ୍କୀ ଲକ୍ଷ୍ମୀ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ସ୍ଵାମୀଙ୍କ ମୃତ୍ୟୁ ପରେ ରାତି ପ୍ରାୟ ୧୨ ଟା ୩୦ ମିନିଟରେ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିଲା ।
ଆଜି ସକାଳେ ତାଙ୍କର ମୃତଦେହ ସତ୍କାର କରାଯାଇଥିଲା। ଗୋଟିଏ ଜୁଇରେ ବାବେବିରା ବଙ୍କଛେରା ଜିରା ନଦୀ କୂଳରେ ସେମାନଙ୍କ ସତ୍କାର କରାଯାଇଥିଲା। ତାଙ୍କର ବଡ ଜୋଇଁ ପେଙ୍କେ ଶେଖର ମୁଖାଗ୍ନି ଦେଇଥିଲେ।
Comments are closed.