www.samajalive.in
Monday, December 15, 2025
24.1 C
Bhubaneswar

ଅତାବିରା ଶାସ୍ତ୍ରୀ ନଗରରେ ଟ୍ରକ୍ ଚାପାରେ ଜଣେ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଅଞ୍ଚଳରେ ଜବର ଦଖଲ ଯୋଗୁଁ ରାସ୍ତାଗୁଡ଼ିକ ସଂକୀର୍ଣ୍ଣ ହେବା ଓ ଏହି ସଂକୀର୍ଣ୍ଣ ରାସ୍ତାରେ ବଡ ବଡ଼ ଯାନ ବାହନ ଯିବା ଆସିବା ଜନିତ ଟ୍ରାଫିକ ସମସ୍ୟା ଯୋଗୁଁ ଦିନକୁ ଦିନ ଅମୂଲ୍ୟ ଜୀବନ ଅକାରଣରେ ଚାଲି ଯାଉଛି। ମୁଣ୍ଡ ପରେ ମୁଣ୍ଡ ଗଡ଼ି ଚାଲିଥିଲେ ବି ଏହାର କିଛି ବିକଳ୍ପ ଯେମିତି ସରକାର ତଥା ପ୍ରଶାସନ ପାଖରେ ନଥିବା ଭଳି ମନେ ହୁଏ । ଏମିତି ଆଜି ପୁଣି ଏକ ଅମୂଲ୍ୟ ଜୀବନ ଚାଲିଯାଇଛି । ଅତାବିରା ଏନ୍ଏସି ୱାର୍ଡ ନଂ ୮ ଶାସ୍ତ୍ରୀନଗର (ବୈମାନ୍ ଟିକ୍ରା) ସ୍ଥିତ ପେଟ୍ରୋଲ ପମ୍ପ ପାଖରେ ଟ୍ରକ୍ ଚାପାରେ ଭୋଇପୂରା ପଧାନ ଟିକ୍ରାର ଲକ୍ଷ୍ମଣ ଧରୁଆ (୪୫)ଙ୍କ ମୃତ୍ୟୁ ଘଟିଛି।

ଘଟଣା ସୂତ୍ରରୁ ଜଣା ପଡ଼ିଛି ଯେ, ମୃତ ଲକ୍ଷ୍ମଣ ଧରୁଆ ଅତାବିରାରୁ ସଉଦା କିଣି ଭୋଇପୂରକ୍ଷ ନିଜ ଘରକୁ ଫେରୁଥିବା ବେଳେ ଶାସ୍ତ୍ରୀନଗର ପେଟ୍ରୋଲ ପମ୍ପ ପାଖରେ ସେହି ଏକା ପଟରୁ ଯାଉଥିବା ଟ୍ରକ୍ ନଂ ଓ ଡି ୧୫ଏ ୦୩୪୫ ତାଙ୍କୁ ଚାପି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଲକ୍ଷ୍ମଣଙ୍କ ମୃତ୍ୟୁ ହୋଇ ଯାଇଥିଲା। କିନ୍ତୁ ଟ୍ରକ ଡ଼୍ରାଇଭର ଫେରାର ମାରିଥିଲା । ଏହି ମର୍ମନ୍ତୁଦ ଖବର ଚାରିଆଡେ ଅତି ବିଜୁଳି ବେଗରେ ଖେଳିଯାଇ ଲୋକଙ୍କ ଭିଡ଼ ଜମିରହିଥିଲା। ଅତାବିରା ପୋଲିସ ଏହି ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ଖବର ପହଞ୍ଚାଇ ଘଟଣାର ପ୍ରାଥମିକ ଆରମ୍ଭ କରିଥିଲେ । ଏହି ମର୍ମନ୍ତୁଦ ଘଟଣାରେ ଜନ ସାଧାରଣ ଉତ୍ୟକ୍ତ ହୋଇ ରାସ୍ତାଘାଟ ବନ୍ଦ କରିଥିଲେ। ପୋଲିସ ପରିସ୍ଥିତିକୁ ସମ୍ଭାଳିବାର ପ୍ରୟାସ କରିଥିଲେ ସୁଦ୍ଧା ଅସଫଳ ହୋଇଥିଲା। ପରିବାର ବର୍ଗ ପହଞ୍ଚିବା ପରେ ସମସ୍ୟା ଆହୁରି ଜଟିଳ ହୋଇ ଟ୍ରକ୍ ମାଲିକ ନ ଆସିବା ଯାଏଁ ରାସ୍ତା ବନ୍ଦରହିବ ବୋଲି ସେମାନେ ଅଡି ବସିଛନ୍ତି । ଯଦି ଟ୍ରକ୍ ମାଲିକ ଘଟଣା ସ୍ଥଳକୁ ନ ଅକ୍ଷସିବ ତାହେଲେ ସେମାନେ ଟ୍ରକ୍ ପୋଡ଼ିଦେବେ ବୋଲି ଜିଦ୍ ଧରି ଛନ୍ତି। ସନ୍ଧ୍ୟା ୫ଟା ସୁଦ୍ଧା ରାସ୍ତାରେ ଯିବା ଆସିବା ବନ୍ଦ ରହିଥିଲା। ତେବେ ଏମିତି ଘଟଣା ଦିନକୁ ଦିନ ବଢି ଚାଲିଛି ଅତାବିରାରେ। ଯଦି ଆର୍ ଡି ରାସ୍ତା(ଗ୍ରାମ୍ୟ ସଡ଼କ)ରେ ଏମିତି ବଡ ଧରଣର ଦୁର୍ଘଟଣା ଘଟୁଛି, ତେବେ ଜାତୀୟ ରାଜପଥରେ କଣ ହେଉନଥିବ ଏଥିରୁ ବେଶ୍ ସ୍ପଷ୍ଟ ଜଣାପଡ଼ୁଛି। ସହରର ଜନ ବସତି ପାଖରେ ତଥା ଭିତରିଆ ସ୍ଥାନ ମାନଙ୍କରେ ବଡ ବଡ଼ ରାଇସ ମିଲ, ଗୋଦାମ, ପେଟ୍ରୋଲ ପମ୍ପ ଆଦି ରହିଥିବାରୁ ଦଶ ଚକିଆ, ବାର ଚକିଆ ବଡ ବଡ଼ ଭାରି ଯାନ ବାହନ ଗୁଡିକ ସବୁବେଳେ ଯିବା ଆସିବା କରୁଛି ଏମିତି ସଂକୀର୍ଣ୍ଣ ଗ୍ରାମ୍ୟ ରାସ୍ତା ଦେଇ। ଯାହାର ପରିଣାମ ନିରୀହ ଲୋକଙ୍କୁ ଭୋଗିବାକୁ ପଡୁଛି । ହେଲେ ପ୍ରଶାସନ ଚୁପ୍ ମାରି ବସିଛି। ଜବର ଦଖଲକାରୀଙ୍କୁ ଉଚ୍ଛେଦ କରିପାରୁନାହିଁ କି ଟ୍ରାଫିକ ସମସ୍ୟା ବି ଦୂର ହୋଇ ପାରୁ ନାହିଁ । ଲାଗୁଛି ସରକାର ମୂଣ୍ଡ ଗଣି ଥକି ନାହାନ୍ତି।ତେବେ ଦେଖାଯାଉ ଆଉ କେତେ ମୁଣ୍ଡ ଗଡିଲେ ସରକାର ଓ ପ୍ରଶାସନର ଚେତା ଫେରିବ ?

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories