www.samajalive.in
Sunday, December 7, 2025
26.1 C
Bhubaneswar

ମନୋଜ ବାଜପାୟୀ ଫ୍ଲୋବିଜର ବ୍ରାଣ୍ଡ୍‍ ଆମ୍ବାସାଡର

ଭୁବନେଶ୍ୱର : ଭାରତୀୟ ଏସଏମ୍‌ବିସମୂହ ପାଇଁ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ନିଓବ୍ୟାଙ୍କ ଫ୍ଲୋବିଜ୍‍ ପଦ୍ମଶ୍ରୀ ମନୋଜ ବାଜପାୟୀଙ୍କୁ ନିଜର ବ୍ରାଣ୍ଡ ଆମ୍ବାସାଡର ଭାବରେ ଚୁକ୍ତିବଦ୍ଧ କରିଛି । ବେଙ୍ଗାଲୁରୁ ଭିତ୍ତିକ ଏହି ଫିନଟେକ୍ ସଂସ୍ଥା ମନୋଜ ବାଜପାୟୀଙ୍କୁ ବ୍ରାଣ୍ଡ୍‍ ଆମ୍ବାସାଡର ଭାବରେ ନେଇ ଏସଏମ୍‌ବି କ୍ଷେତ୍ରରେ ନିଜର ପହଞ୍ଚକୁ ତ୍ୱରିତ କରିବା ଏବଂ ବ୍ୟବହାର ପାଇଁ ସହଜ ଜିଏସଟି ବିଲିଂ ଓ ଆକାଉଣ୍ଟିଂ ସଫ୍ଟୱେର ମାଇଁବିଲ୍‍ବୁକର ଗ୍ରହଣୀୟତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି । ଏହି ପ୍ରଚାର ଅଭିଯାନ ଓଟିଟି, ଟିଭି, ଓଓଏଚ, ସାମାଜିକ ଗଣମାଧ୍ୟମ, ୱେବସାଇଟ ଏବଂ ମୋବାଇଲ ଆପ୍ଲିକେସନ ଆଦି ବିବିଧ ଗଣମାଧ୍ୟମ ପ୍ଲାଟଫର୍ମରେ ପ୍ରଦର୍ଶିତ ହେବ । ମନୋଜଙ୍କର ଆନ୍ତର୍ଜାତିକ ସ୍ତରରେ ପ୍ରତିଭା ଏବଂ ବିଶାଳ ଦର୍ଶକଙ୍କ ନିକଟରେ ଗ୍ରହଣୀୟତା ସହିତ ଏକ ବିନମ୍ର ଶୁଭାରମ୍ଭରୁ ସୁଖ୍ୟାତି ଲାଭ ପର୍ଯ୍ୟନ୍ତ ତାଙ୍କ ଯାତ୍ରାର ପ୍ରେରଣାଦାୟୀ କାହାଣୀ ନିଶ୍ଚିତ ଭାବରେ ଏସଏମ୍‌ବିସମୂହ ପାଇଁ ଉପାଦେୟ ହୋଇପାରିବ । ଏହି ଅନନ୍ୟ ପ୍ରତିଭାଧର କଳାକାର ଯିଏ ନିଜର କାର୍ଯ୍ୟପ୍ରତି ଏଭଳି ଦୃଢ ଇଛା ଏବଂ ଏକାଗ୍ରତା ଆଣିପାରିଛନ୍ତି, ତାଙ୍କ ସହିତ କାର୍ଯ୍ୟ କରି ସମୁଦାୟ ଟିମ୍‍ ଖୁବ ଆନନ୍ଦିତ ବୋଲି ଫ୍ଲୋବିଜ୍‍ର ସହ ପ୍ରତିଷ୍ଠାତା ଏବଂ ସିଇଓ ରାହୁଲ ରାଜ କହିଛନ୍ତି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories