www.samajalive.in
Monday, December 15, 2025
27.1 C
Bhubaneswar

 ଜନ୍ମମାଟିରେ ସହିଦ ପ୍ରଦୀପ ଘଣାଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ

ପାଟଣା :  କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ମୁଦ୍ରାବେଡା ଠାରେ ରବିବାର ଶହୀଦ ପ୍ରଦୀପ ଘଣାଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଟିତ ହେଇଯାଇଛି । ଶହିଦ ପ୍ରଦୀପଙ୍କ ପିତା ଶ୍ରୀକାନ୍ତ ଘଣା ଓ ମାଆ ପାର୍ବତୀ ଘଣା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସହିଦ ପ୍ରଦୀପ ଘଣା ମୁଦ୍ରାବେଡାର ପବିତ୍ର ମାଟି ମାଆ ତଥା ଭାରତ ମାତାର ବୀର ସୁଯୋଗ୍ୟ ସନ୍ତାନ ଥିଲେ। ଆଜକୁ ଆଠବର୍ଷ ପୂର୍ବେ ସେ ନିଜର କର୍ମସ୍ଥଳୀ ଜାମୁକଶ୍ମୀରର ଶ୍ରୀନଗର ଠାରେ ଦେଶ ମାତୃକା ପାଇଁ ଆତଙ୍କବାଦୀ ସହିତ ଲଢେଇକରି ସହିଦ ହୋଇଥିଲେ । ଶ୍ରାଦ୍ଧଦିବସରେ ଏକ ଶୋକସଭା କରାଯାଇ ସହିଦଙ୍କ ସ୍ମୃତିଚାରଣ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ଯୁବ ବିଜୁ ଜନତା ଦଳର ଉପସଭାପତି ସେକ ଇମ୍ରା​‌ନ୍, ମୁଖ୍ୟ ବକ୍ତା ଭାବେ ସମାଜସେବୀ ଦିନମଣି ବେହେରା, ସନ୍ମନିତ ଅତିଥି ଭାବେ ବିଜୁ ଜନତା ଦଳ ଘଟଗାଁ ବ୍ଲକ୍ ର ସଭାପତି ଦୋଳ ଗୋବିନ୍ଦ ବେହେରା, ଛାତ୍ର ବିଜେଡ଼ି ସମ୍ପାଦକ ଆଶିଷ ମଣ୍ଡଳ,ସନ୍ଧ୍ୟରାଣୀ ନାଏକ, ସରପଞ୍ଚ ରଜତ କୁମାର ନାଏକ, ମଧୁସୁଦନ ନାଏକ ପ୍ରମୁଖ ଯୋଗଦାନ କରିଥିଲେ। ମଂଚ ପରିଚାଳନା ତଥା ଅତିଥି ପରିଚୟ କରିଥିଲେ ସଂଜୟ କୁମାର ସାହୁ । ସର୍ବ ପ୍ରଥମେ ସହିଦ ପ୍ରଦୀପ ଘଣାଙ୍କ ପ୍ରତିମୁର୍ତ୍ତି ନିକଟରେ ଧୂପ, ଦୀପ, ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସହିଦଙ୍କ ଦେଶମାତୃକା ପାଇଁ ବଳିଦାନ ସମ୍ପର୍କରେ ତାଙ୍କର ସ୍ମୃତିଚାରଣ କରାଯାଇଥିଲା।

Hot this week

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories