www.samajalive.in
Saturday, December 6, 2025
16.1 C
Bhubaneswar

ନଳିନୀପ୍ରଭା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଚୌଦ୍ୱାର ଏକାଦଶ ଚମ୍ପିୟାନ 

ଆଠଗଡ/ତିଗିରିଆ : ଆଠଗଡ ବାଣୀକଣ୍ଠନଗର ଖେଳପଡିଆରେ ଚାଲିଥିବା ୨ୟ ନଳିନୀ ପ୍ରଭା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦ୍‍ଯାପନୀ ଦିବସରେ ଆୟୋଜକ ସୀତାରାମ କ୍ଲବକୁ ୪ ରନ୍‍ ବ୍ୟବଧାନରେ ହରାଇ ଚୌଦ୍ୱାର କ୍ରିକେଟ ଏକାଦଶ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଏକ ରୋମାଞ୍ଚକର ଫାଇନାଲ ମ୍ୟାଚରେ ଟସ୍‍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଚୌଦ୍ୱାର ଏକାଦଶ ୧୩ ଓଭରରେ ସମସ୍ତ ୱିକେଟ ହରାଇ ୧୦୭ରନ୍‍ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ବ୍ୟାଟ୍ସମ୍ୟାନ ବାଦଲ ସର୍ବାଧିକ ୩୨ରନ୍‍ ସଂଗ୍ରହ କରିଥିବାବେଳେ ପ୍ରତିପକ୍ଷ ସୀତାରାମର ପାୟଲ ବର୍ମା ୩ଗୋଟି ମୂଲ୍ୟବାନ ୱିକେଟ ହାସଲ କରିଥିଲେ। ୧୦୮ରନ୍‍ ବିଜୟ ଲକ୍ଷ୍ୟର ଅନୁଧାବନ କରି ସୀତାରାମ କ୍ଲବ ନିର୍ଦ୍ଧାରିତ ୧୫ ଓଭରରେ ୧୦୩ରନ୍‍ ସଂଗ୍ରହ କରିବାରେ ସମର୍ଥ ହୋଇ ୪ରନ୍‍ ବ୍ୟବଧାନରେ ପରାସ୍ତ ହୋଇଥିଲା। ସୀତାରାମ କ୍ଲବର ରୁଦ୍ରନାରାୟଣ ଦେଓ ବ୍ୟକ୍ତିଗତ ୩୩ରନ୍‍ ସଂଗ୍ରହ କରିଥିବାବେଳେ ପ୍ରତିପକ୍ଷ ଚୌଦ୍ୱାର ଦଳର ଆକାଶ ୩ଟି ମୂଲ୍ୟବାନ ୱିକେଟ୍‍ ହାସଲ କରି ଦଳର ବିଜୟ ପଥ ସୁଗମ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା।

ସୀତାରାମ କ୍ଲବର ସଭାପତି ନିରୋଧକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‍ଯାପନୀ ଉତ୍ସବରେ ଯୁବ ସମାଜସେବୀ ମନୋରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏପରି କ୍ରୀଡା ପ୍ରତିଯୋଗିତା ଆୟୋଜନ ଦ୍ୱାରା ଆଞ୍ଚଳିକ ସଦ୍‍ଭାବ ଓ ଭାଇଚାରା ସୁଦୃଢ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ଚମ୍ପିୟାନ ଓ ରନର୍ସଅପ ଦଳକୁ ଟ୍ରଫି ଏବଂ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏଥିସହିତ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ସୀତାରାମ କ୍ଲବର ଅଧିନାୟକ ପାୟଲ ବର୍ମା, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରୁଦ୍ରନାରାୟଣ ଦେଓ, ଶ୍ରେଷ୍ଠ ବୋଲର ପ୍ରତ୍ୟୁଷ ମହାପାତ୍ର ଏବଂ ସର୍ବଶ୍ରେଷ୍ଠ ଅମ୍ପାୟାର ଭାବେ ସର୍ବଜିତ୍‍ ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଥିଲା। ଫାଇନାଲ ମ୍ୟାଚଟିକୁ ଅମ୍ପାୟାର ଭାବେ ସର୍ବଜିତ୍‍ ପଟ୍ଟନାୟକ ଓ ପ୍ରଦ୍ୟୁମ୍ନ ସାହୁ ପରିଚାଳନା କରିଥିବାବେଳେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସୀତାରାମ କ୍ଲବର ଅମିତ ମହାମାନସିଂହ, ଅବିନାଶ ସାମନ୍ତରାୟ ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories