www.samajalive.in
Monday, December 8, 2025
14.1 C
Bhubaneswar

ଦିନଦ୍ୱିପହରରେ ବ୍ୟବସାୟୀଙ୍କୁ ଆକ୍ରମଣ କରି ସୁନାଚେନ ସହ ୨୦ ହଜାର ନେଇ ଦୁବୁର୍ତ୍ତ ଫେରାର

ବୁର୍ଲା : ସମ୍ପୁର୍ଣ୍ଣ ଭାବରେ ଅସୁରକ୍ଷିତ ହେବାକୁ ବସିଲାଣି ଶିକ୍ଷାନଗରୀ ବୁର୍ଲା । ପୁଲିସର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ସୃଷ୍ଟି କରି ଅସାମାଜିକ ତତ୍ୱ ବିନା କୌଣସି ଡ଼ର ଭୟରେ ସିଧାସଳଖ ପ୍ଲାନେଟୋରିୟକ ମୁଖ୍ୟ ଛକ ସମ୍ମୁଖରେ ଜଣେ ବ୍ୟବସାୟୀଙ୍କୁ ଭୁଜାଲି, ଇସ୍ତୁରା ଦେଖାଇ ଭୟଭିତ କରି ମାରଣାନ୍ତକ ଆକ୍ରମଣ କରି ଦୁବୁର୍ତ୍ତ ଫେରାର ମାରିଛନ୍ତି । ଏଭଳି ଏକ ଘଟଣା ସ୍ତାନୀୟ ବାସୀନ୍ଦାଙ୍କ ମହଲରେ ଏକ ଭୟର ବାତାବରଣ ସୃଷ୍ଟି କରିବା ସହିତ ପୁଲିସର ପାରିବା ପଣିଆଁକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ।

ଘଟଣାରୁ ପ୍ରକାଶ ଯେ, ପ୍ଲାନେଟୋରିୟମ ମୁଖ୍ୟଛକ ଜନବହୁଳ ସ୍ଥାନନରେ ରାକେଶ କୁମାର ଦଳାଇ ଏକ ଦୋକାନ ଦେଇଛନ୍ତି । ଦିନ ପ୍ରାୟ ୧ଟା ସମୟରେ ରାକେଶଙ୍କ ଦୋକାନକୁ ଦିବାକର ନାମକ ବ୍ୟକ୍ତି ଆସିବା ସହିତ ରାକେଶଙ୍କ ସହିତ ଯୁକ୍ତିତର୍କ କରିଥିଲେ । ଏହାପରେ କୌଣସି କଥାକୁ ନେଇ ବ୍ୟବସାୟୀ ରାକେଶକୁ ଧମକାଇବା ପରେ ରାକେଶ କାହିଁକି ଦୋକାନକୁ ଆସି ଝଗଡ଼ା କରୁଛ କହି ପୁଲିସକୁ ନ ହେଲେ ଫୋନ କରିବ ବୋଲି କହିଥିଲେ। କିଛି ସମୟ ପାଇଁ ଦିବାକର ସେଠାରୁ କଡ଼କୁ ଚାଲିଯାଇ ପୁଣି ତିନିଜଣ  ସମର୍ଥକଙ୍କୁ ଧରି ସେଠାକୁ ପହଞ୍ଚି ଯାଇିଥିଲେ। ଏହାର ଠିକ କିଛି ସମୟ ପରେ ମାରଣାସ୍ତ୍ର ଧରି ରାକେଶର ଦୋକାନକୁ ସିଧାସଳଖ ପ୍ରବେଶ କରି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ସର୍ବସମ୍ମୁଖରେ ବିନା କୌଣସି ଡ଼ର ଭୟରେ । ସୌଭାଗ୍ୟବସତଃ ମାରଣାସ୍ତ୍ରରେ ଆକ୍ରମଣ କରିବା ସମୟରେ ମାରଣାସ୍ତ୍ରଟି ହାତରୁ  ଖସି ଯାଇଥିଲା। ଏହାପରେ ଚାରିଜଣ ଦୁବୁର୍ତ୍ତ ରାକେଶକୁ ଦୋକାନ ମଧ୍ୟରେ ମାରଣାନ୍ତକ ଆକ୍ରମଣ କରି  ସୁନାଚେନ ଏବଂ ଦୋକାନରେ ରଖିଥିବା ୨୦ ହଜାର ଟଙ୍କା ନେଇ ଘଟଣା ସ୍ତଳରୁ ଅନାୟାସରେ ଫେରାର ମାରିଥିଲେ। ଆକ୍ରମଣ ସମୟରେ କେତେକ ସ୍ଥାନୀୟ ବାସିନ୍ଦାଙ୍କ ସହିତ ବୁର୍ଲା ଭିମସାରର ଡ଼ାକ୍ତର ଉପସ୍ତିତ ରହିଥିବା ଦେଖିବାକୁ ମିଳିବା ସହିତ ଏହି ଆକ୍ରମଣ ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଯାଇଛି । ଏହାକୁ ନେଇ ରାକେଶ ଅତ୍ୟନ୍ତ ଭୟଭିତ ହେବା ସହିତ ତାଙ୍କ ମୁଣ୍ଡ, ମୁହଁ ଏବଂ ବେକରେ ଆଘାତ ଲାଗିଥିବା ସୁଚନା ଦେଇଛନ୍ତି । ଏହାକୁ ନେଇ ବୁର୍ଲା ଥାନାରେ ମାମଲା ରୁଜୁ କରିଥିବା ବେଳେ ବୁର୍ଲା ପୁଲିସ ପକ୍ଷରୁ କୌଣସି ସୁଚନା ଦିଆ ଯାଇ ନାହିଁ । ତେବେ ଶିକ୍ଷାନଗରୀ ବୁର୍ଲା ସହର ଏକ ପ୍ରକାର ଅସୁରକ୍ଷିତ ହେବାକୁ ବସିଲାଣି ଏବଂ ସ୍ଥାନୀୟ ଲୋକେ ଏକ ପ୍ରକାର ଭୟର ପରିବେଶ ମଧ୍ୟରେ ରହିଛନ୍ତି । ହୁଗୁଳା ପୁଲିସ ବ୍ୟବସ୍ଥା  ଅସାମାଜିକ ତତ୍ୱଙ୍କୁ ଅଧିକ ମାତ୍ରାରେ ବିଶୃଙ୍ଖଳିତ କରି ରଖିଥିବା ବେଳେ ପୁଲିସ ଅସାମାଜିକ ତତ୍ୱଙ୍କୁ କାବୁ କରିବା ବଦଳରେ ସହରର ଅସାମାଜିକ ତତ୍ୱଙ୍କୁ ପ୍ରୋତ୍ସାହିତ କରୁଥିବା ସ୍ଥାନୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories