www.samajalive.in
Sunday, December 7, 2025
26.1 C
Bhubaneswar

ଆଲୋକର ପର୍ବ ଦୀପାବଳିକୁ ନେଇ ବଜାର ସରଗରମ

ସାରନଗରୀ: ଆସନ୍ତା କାଲି ଗୁରୁବାର ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି। ଗତବର୍ଷ କରୋନା ମହମାରୀ ଯୋଗୁଁ ଦୀପାବଳି ଫିକା ପଡ଼ିଥିବାବେଳେ ଚଳିତ ବର୍ଷ ଲୋକ ଏହାକୁ ଆନନ୍ଦଉ୍‌ଲ୍ଲାସର ସହ ପାଳନ କରିବା ପାଇଁ ପୁରରୁ ପଲ୍ଲୀ ପର୍ଯ୍ୟନ୍ତ ଅପେକ୍ଷାରତ ଥିବାବେଳେ ଆଜି ହାଟ ବଜାରରେ ଚଳଚଂଚଳ ଦେଖିବାକୁ ମିଳିଥିଲ।। ପିଲା ଠାରୁ ବୁଢା ଯାଏଁ ଦୋକାନରୁ ଭଳିକି ଭଳି ଦୀପ କିଣିବାରେ ବ୍ୟସ୍ତ ଥିବାବେଳେ ବ୍ୟବସାୟୀ ମଧ୍ୟ ବେଶ ଉତ୍ସାହିତ। ଏଥିପାଇଁ ଆବଶ୍ୟକ ପଡ଼ୁଥିବା ସାମଗ୍ରୀ ଏବେ ବଜାରରେ ଠୁଳ ହୋଇ ରହିଛି।

ଦୀପ, କାଉଁରିଆ କାଠି, ଆଖୁ, କ୍ୟାଣ୍ଡେଲ, ଜଡ଼ା ତେଲ ଓ ବିଭିନ୍ନ ପ୍ରକାର ପୂଜା ସାମଗ୍ରୀ ଆଜି ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ବ୍ୟବସାୟୀମାନେ ବିକ୍ରି ଆରମ୍ଭ କରିଛନ୍ତି। ଦୀପାବଳି ପର୍ବ ପାଇଁ ଲୋକଙ୍କ ଭିତରେ ଉତ୍ସାହ ଓ ଉଦ୍ଦୀପନା ଭରି ରହିଛି। ଦୀପ ଗୋଟାକ ଦେଢ ଟଙ୍କାରୁ ଆରମ୍ଭ କରି ୫୦ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ହେଉଥିବା ବେଳେ ମହମବତୀର ମୂଲ୍ୟ ବି କିଛି କମ ନୁହେଁ। ସେହିପରି ସହରର ବିଭିନ୍ନ ସ୍ଥାନରେ ଏବେ ଆଖୁ ଗଦାଗଦା ହୋଇ ବେପାର ହେଉଥିବା ଦେଖାଯାଉଛି। ଗୋଟିଏ ଗଛକୁ ୩୦ ଟଙ୍କାରେ ବିକ୍ରି ହେଉଥିବା ପାଣିଟାଙ୍କିର ବ୍ୟବସାୟୀ ପ୍ରମୋଦ ସାହୁ କୁହନ୍ତି। ତାଙ୍କ କହିବା ଅନୁସାରେ ଗତବର୍ଷ କରୋନା କଟକଣା ଯୋଗୁଁ ପ୍ରବଳ କ୍ଷତି ସହିବାକୁ ପଡ଼ିଥିଲ।। ମାତ୍ର ତଥାପି ସଂଚିତ ଅର୍ଥକୁ ବ୍ୟୟ କରି ଚଳିତ ବର୍ଷ ଆଖୁ କିଣିଲୁ। ଏଥିରୁ ଭଲ ଆୟ ହେବା ଆଶା କରିଥିବା ସେ କହିଛନ୍ତି।

- Advertisement -

ସେହିଭଳି ପିତୃପୁରୁଷଙ୍କ ଆରଧନା ନିମନ୍ତେ ହିନ୍ଦୁମାନେ ଚିରାଚରିତ ପ୍ରଥାରେ ପାଳନ କରିବା ପାଇଁ ବ୍ୟଗ୍ର ହୋଇପଡ଼ିଛନ୍ତି। ପ୍ରଦୂଷଣ ରୋକିବା ଲାଗି ସବୁଜ ବାଣ ବ୍ୟବହାର କରାଯାଇ ପାରିବ ବୋଲି ଉଚ୍ଚ ନ୍ୟାୟାଳୟ ଅନୁମତି ଦେବାପରେ ବାଣ ଦୋକାନ ଖୋଲିବା ପାଇଁ ସମୟ ନଥିବାରୁ ଦକ୍ଷିଣ ରାଉରକେଲାର ବାଣ ବ୍ୟବସାୟୀମାନେ ଅନୁମତି ମଧ୍ୟ ଆଣିବାକୁ ଯାଇନଥିବା କହିଛନ୍ତି। ବାଧ୍ୟହୋଇ ଅଧିକାଂଶ ବାଣ ଦୋକାନୀ ରାସ୍ତା କଡ଼ରେ ମହମବତୀ, ଲାଇଟ ଆଦି ବିକ୍ରି କରୁଛନ୍ତି। ସାରନଗରୀରେ ୧୦ ବର୍ଷ ଧରି ଦୋକାନ ଖୋଲୁଥିବା ଜଣେ ବାଣ ବ୍ୟବସାୟୀଙ୍କ କହିବା ଅନୁଯାୟୀ ସବୁଜ ବାଣ କଣ ଜାଣିନୁ। ଲୋକମାନେ ବି ତାହା ଜାଣିନାହାନ୍ତି। ଚଳିତ ବର୍ଷ ଲୋକମାନେ ଲିଚୁ ଓ ମହମବତୀ ଅପେକ୍ଷା ଦୀପକୁ ଅଧିକ ପସନ୍ଦ କରୁଥିବା ବ୍ୟବସାୟୀ ଭରତ କୁମ୍ଭାର ପ୍ରକାଶ କରିଥିବା ବେଳେ ଏଥିପାଇଁ ଦୋକାନରେ ଅଧିକ ପରିମାଣରେ ଦୀପ ଆଣି ଗଛିତ ରଖିଥିବା କହିଛନ୍ତି।

ଅପରପକ୍ଷରେ ମଧ୍ୟ କାଳିପୂଜା ପାଇଁ ବିଭିନ୍ନ କାଳୀପୂଜା ମଣ୍ଡପଗୁଡ଼ିକରେ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି। କରୋନା କଟକଣା ଯୋଗୁଁ ଆଗରୁ ଯେଭଳି ସୁଉଚ୍ଚତ ତୋରଣ ଓ ସାଜସଜ୍ୱାରେ ପୂଜା ମଣ୍ଡପ ଗୁଡ଼ିକ ଆକର୍ଷଣୀୟ ହେଉଥିଲା ଚଳିତ ବର୍ଷ ସେତେଟା ସାଜସଜ୍ୱା ହୋଇନଥିବା ଦେଖାଯାଇଛି। ତଥାପି କଟକଣା ସତ୍ୱେ ସହରବାସୀ ତଥା ଆବାଳ ବୃଦ୍ଧବନିତା ଦୀପର ଆଲୋକ ସହିତ ସବୁଜ ବାଣ ଫୁଟାଇ ମା’ଙ୍କୁ ଆରଧନା କରିବା ପାଇଁ ଆଗଭର ହୋଇ ଉଠିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories